ଦାଢାପାଟଣାରେ ଯୁବକମାନେ ବାଟିଂଲେ ଖାଦ୍ୟ

ବାରଙ୍ଗ,୧୦/୪(ଏସ୍‌ଏସ୍‌ନିୟୁଜ)ବର୍ତମାନ ସମୟରେ ଲକଡାଉନ ଯୋଗୁ ଗରିବ ଓ ନିରାଶ୍ରୟ ଲୋକ ମାନେ ଖାଇବାକୁ ନପାଇ ଡହଳବିକଳ ହେଉଛନ୍ତି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବଲୋକମାନଙ୍କପାଇଁ ବିଭିର୍ଣ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ସାଧାରଣ ଲୋକଙ୍କ ପାଖରେ ଏହା କିପରି ଉପଲବ୍ଧ ହେବ ସେଥିପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଏହି ଘଡିସନ୍ଧି ମୁହୁର୍ତରେ ଦାଢାପାଟଣା ଗ୍ରାମର ଯୁବକମାନେ ଗରିବମାନଙ୍କ ମୁହଁରେ ଟିକେ ହସ ଫୁଟାଇବାର ପ୍ରୟାସ ଆରମ୍ଭ କରିଛନ୍ତି ।ଯୁବକମାନଙ୍କ ସହ ସାମିଲ ହୋଇଛନ୍ତି ଗ୍ରାମର ମୁରବୀ ମାନେ ।ଶୁକ୍ରବାରଦିନ ଗ୍ରାମମଝିରେ ଥିବା ମହାବୀର ମନ୍ଦିର ପାଖରେ ସାମାଜିକ ଦୁରତ୍ୱ ବଜାୟ ରଖି ଦାଢା ପାଟଣା ଗ୍ରାମର କିଛି ଅସହାୟ ,ଦିନମଜୁରିଆ ଓ ଗରିବ ଲୋକମାନଙ୍କୁ ପନିପରିବା ,ଡାଲି, ଚାଉଳ ଆଦି ଖାଦ୍ୟସାମଗ୍ରୀ ବଂଟନ କରିଥିବାର ଦେଖିବାକୁ ମିଳିଛି । ଗ୍ରାମର ଯୁବକମାନଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବା ସହ ଗ୍ରାମାଂଚଳମାନଙ୍କରେ ଥିବା ସ୍ୱଛଳ ବ୍ୟକ୍ତିମାନେ ଏହି ଅସମୟରେ ଗରିବଲୋକମାନଙ୍କୁ ସାହାର୍ଯ୍ୟ କରିବାର ବାର୍ତା ମଧ୍ୟ ପ୍ରଦାନ କରିଛି ।

Comments (0)
Add Comment