ଡାକ୍ତରଖାନାରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୧/୭(ଏସଏସନିୟୁଜ) ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲରେ ରୁଟିନ୍ ଚେକ୍ ଅପ୍ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭର୍ତ୍ତି ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷାଙ୍କୁ ଗୁରୁବାର ସନ୍ଧ୍ୟା ୭ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ରୁଟିନ୍ ଚେକଅପ୍ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ଟେଷ୍ଟ୍ କରିବେ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଡିଏସ ରାନା ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ।କଂଗ୍ରେସ ମଧ୍ୟ ସୋନିଆଙ୍କୁ ରୁଟିନ୍ ଚେକଅପ୍ ପାଇଁ ଭର୍ତ୍ତି କରାଯାଇଥିବା କହିଛି ।ଡିପାର୍ଟମେଣ୍ଟ ଅଫ୍ ଚେଷ୍ଟ ଆଣ୍ଡ ରେସ୍ପିରୋଟୋରୀ ମେଡିସିନ୍ ବିଭାଗର ଅଧ୍ୟକ୍ଷ ଡାକ୍ତର ଅରୁପ କୁମାରଙ୍କ ତତ୍ୱାବଧାନରେ ଭର୍ତ୍ତି କରାଯାଇଛି ।

Comments (0)
Add Comment