ଡଲଫିନ ସୁରକ୍ଷା ବାର୍ତା ନେଇ ଡେଲାଙ୍ଗରୁ ଚିଲିକା ଗଲେ ପକୃତି ବନ୍ଧୁ

ଡେଲାଙ୍ଗ,୧୭/୧(ଏସ୍‌ଏସ୍‌ନିୟୁଜ) ଡଲଫିନର ସୁରକ୍ଷା ବାର୍ତା ନେଇ ଡେଲାଙ୍ଗ ଅଂଚଳର ପ୍ରକୃତି ବନ୍ଧୁ ବିଶ୍ୱଜିତ ପରିଡା ଶୁକ୍ରବାର ଦିନ ଡେଲାଙ୍ଗରୁ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବରକେରା ସରକାରୀ ପ୍ରାଥମିକ ବିଦ୍ୟାଳୟପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ବିଦ୍ୟାଳୟ ପରିସରରେ ଥିବା ପଚଂସଖା ଙ୍କ ପ୍ରତିମୁର୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଥିଲା । ବିଦ୍ୟାଳୟ ପରିସରରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ,ଶିକ୍ଷକ ମିଟୁକିଶୋର ପ୍ରଧାନ,ମଞ୍ଜୁଲତା ପ୍ରଧାନ,ପର୍ଶୁରାମ ସାହୁ, ସୁଧିରକୁମାର ଜେନା,ବିରଂଚିନାରାୟଣ ବରାଳ,ପୁରୁଷୋତମ ନାୟକ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଓଛାତ୍ରଛତ୍ରୀ ମନେ ଉପସ୍ଥିତ ଥିଲେ । ତହସିଲଦାର ଡଲଫିନର ସୁରକ୍ଷା ଦିଗରେ ଆଲୋକପାତ କରିଥିବା ବେଳେ ଡଲଫିନ ସୁରକ୍ଷା ବାର୍ତା ନେଇ ଡେଲାଙ୍ଗରୁ ଚିଲିକା ଅଭିମୁଖେ ସାଇକେଲରେ ଯାତ୍ରା କରୁଥିବା ପକୃତି ବନ୍ଧୁ ବିଶ୍ୱଜିତ ପରିଡାଙ୍କୁ ଉପଢୌକନ ଦେଇ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ । ଶ୍ରୀ ପରିଡା ଚିଲିକା ଯିବା ରାସ୍ତାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଚେତନତାର ବାର୍ତା ପ୍ରଦାନ କରି ଯିବାର କାର୍ଯ୍ୟକ୍ରମ ରଖିଛନ୍ତି । ୧୯ ତାରିଖରେ ସାତପଡାରେ ପହଂଚି ଡଲଫିନ ଗଣନା କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ପ୍ରକୃତି ବନ୍ଧୁ ବିଶ୍ୱଜିତ କହିଛନ୍ତି ।

Comments (0)
Add Comment