ଡରାଉଛି କରୋନା , ବିପଦରେ ଗ୍ରାମାଞ୍ଚଳବାସୀ

ଭୁବନେଶ୍ୱର୧୧/୭(ଏସଏସନିୟୁଜ) ପ୍ରଥମେ ଦେଶ , ରାଜ୍ୟ ଓ ସହର ପରେ ଏବେ ଗ୍ରାମାଞ୍ଚଳ ଆଡକୁ ମାଡି ଆସୁଛି କରୋନା ! ତାର କରାଳରେ ଭୟଙ୍କର ହେଉଛି ସ୍ଥିତି । ପ୍ରତିଦିନ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ଏହି ଅଦୃଶ୍ୟ ମହାମାରୀ । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ଗ୍ରାମାଂଚଳରୁ ଜଣାପଡୁଛି ! ଯାହା ଏବେ କରୋନା ଧିରେଧିରେ ଗ୍ରାମାଞ୍ଚଳ ଆଡକୁ ଅଗ୍ରସର ହେଉଥିବା ଜଣାପଡୁଛି ।ଯାହା ଏବେ ଗ୍ରାମାଂଚଳ ପାଇଁ ବିପଦ ସୃଷ୍ଟିକରିବାକୁ ଯାଉଛି । ବଡମ୍ବା , ନରସିଂହପୁର ଅଞ୍ଚଳର କେତେକ ଗାଁ । ବାରଙ୍ଗ ଅଞ୍ଚଳର କୁହ୍ନେଇପଡା ଗ୍ରାମରୁ କରାନା ଚିହ୍ନଟ ହୋଇଥିବା ବେଳେ ସହି ଅଞ୍ଚଳକୁ କଣ୍ଟେନ୍‌ମେଟ୍ ଜୋନ ଘୋଷଣା କରାଯାଇଛି । ପୁଣି ବାରଙ୍ଗ ଅଞ୍ଚଳର ଦାଢାପାଠଣା ଗ୍ରାମରେ ପ୍ରଥମକରି ଚିହ୍ନଟ ହୋଇଥିବା ପ୍ରଥମକରୋନା ରୋଗୀ ଶନିବାର ସକାଳେ ମୃତ୍ୟୁବରଣ କରିବା ଘଟଣା ଆଖପାଖ ଗ୍ରାବାସୀମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।ସ୍ଥାନୀ ୟ ସରପଂଚ ଦାଢାପାଟଣା ଗ୍ରାମକୁ ୭ଦିନ ପାଇଁ ସଟ ଡାଉନ ଘୋଷଣା କରିବା ସହ ଗ୍ରାମର ପ୍ରବେଶ ପଥରେ ବାଉଁଶ ବାଡ ଦିଆଯାଇ ଯାତାୟତ ପାଇଁ ବାରଣ କରାଯାଇଛି । ପ୍ରକାଶ ଯେ ,ପ୍ରଥମେ ଗତ ୭ତାରିଖରେ ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହେଁଇପଡା ପଞ୍ଚାୟତର ୬ନମ୍ବର ୱାଡରୁ ଜଣଙ୍କର କରୋନା ପଜିଟିଭ ଜଣାପଡିଥିଲା । ଏହି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ଥିବା ଏକ ଘରୋଇ ଗାଡି କମ୍ପାନୀରେ କାର୍ଯ୍ୟକରୁଥିଲେ । ସେହିପରି ବାରଙ୍ଗ ବ୍ଲକ ଦାଢାପାଟଣା ପଞ୍ଚାୟତରେ ୫ ନମ୍ବର ୱାର୍ଡରେ ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛି । ସେ ଜଣେ ୨୮ ବର୍ଷ ବୟସ ର ଯୁବକ ଏବଂ ସେ ଏକ ଘରୋଇ କମ୍ପାନୀରେ ଗାଡି ଚାଳକ ଭାବେ କାମ କରୁଥିଲା । ମାସକ ପୂର୍ବରୁ କେନ୍ଦ୍ରାପଡା, ରାଇରଙ୍ଗପୁର , ନବରଙ୍ଗପୁର , ଭଞ୍ଜନଗର ,ସୁକିନ୍ଦାରୁ ମାଲ ପକେଇ ଶନିବାର ଦିନ ଫେରି ରବିବାର ସକାଳ ରେ ଘରେ ରହଥିଲା । ସୋମବାର ଦିନ ଗାଡି ମରାମତି କରିବାକୁ ଯାଇ ସେହିଦିନ ମରାମତି ସାରି ରାତି ୯ ଟା ରେ ଘରକୁ ଫେରି ଗାଧୁଆ ପାଧୁଆ ସାରି ଘରେ କୁଲର ଲଗାଇ ଶୋଇଥିଲା । ରାତିରେ ତାକୁ ଭିଷଣ ଜ୍ୱର ହୋଇଥିଲା । ସେହି ଦିନ ରାତିରେ ଆମ୍ବୁଲାନ୍ସ ଡାକି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲା । ସେଠାରେ ଡାକ୍ତର ପ୍ରାଥମିତକ ଚିକିତ୍ସା କରି ଘରକୁ ଛାଡିଥିଲା । କିଛି ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ଓ ବୁଧବାର ବିନା ଖାଇବାରେ ଔଷଧ ଖାଇଦେଇଥିଲା । ବୁଧବାର ଦିନ ଦେହ ବହୁତ ଖରାପ ହେବା ସହ ଜ୍ୱର ମଧ୍ୟ କମିବାର ନା ଗନ୍ଧ ନେଉନଥିଲା । ଗ୍ରାମର କିଛି ଯୁବକଙ୍କ ସହଯୋଗରେ ତାଙ୍କୁ ଚିକିତ୍ସା ପାଇଁ ଏକ ଅଟୋ ଯୋଗେ କିମ୍ସ ହସ୍ପିଟାଲ କୁ ନେଇଥିଲେ । ସେଠାରେ ଡାକ୍ତର ଦେଖିବା ପରେ କେଭିଡ୍ କୁ ସ୍ଥାନାତରିତ କରିବାକୁ ପରାମର୍ଶ ଦେଇଥିଲେ । ସେହି ଦିନ ୪ଟା ସମୟରେ କୋଭିଡ୍ କୁ ସ୍ଥାନାତରିତ ହୋଇଥିଲା । ସେଠାରେ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିଲା । ଗୁରୁବାର ଦିନ ଡାକ୍ତର ଲିଭରରେ ସମସ୍ୟା ରହିଥିଲା ବୋଲି ଜଣାଇଥିଲେ । ପରିବାର ଲୋକେ କରୋନା ପଜିଟିଭ୍ ଅଛି ନା ନାହିଁ ପଚାରିବାରୁ ରାତି ସାଢେ ୯ଟା ସମୟରେ ବିଏମ୍‌ସି ପକ୍ଷରୁ କରୋନା ପଜିଟିଭ ବୋଲି ପରିବାରକୁ କହିଥିଲେ । ହେଲେ ଆଜି ସକାଳ ୬.୩୦ ରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଖବର ଜଣାପଡିବା ପରେ ଦାଢାପାଟଣା ଗ୍ରାମରେ ଭୟର ବାତାବରନ ସୃଷ୍ଟି ହେବା ସହିତ ଆଖପାଖ ଗ୍ରାମର ଲୋକମନଙ୍କ ମଧ୍ୟରେ ଛନକା ପଶିଯାଇଛି । ଏହି ଯୁବକଙ୍କ ସଂସ୍ପର୍ଷରେ ଆସିଥିବା ୧୬ ଜଣଙ୍କୁ ସଂଗରୋଧ ରହିବାକୁ ପଂଚାୟତ ପକ୍ଷରୁ କୁହାଯାଇଥିବା ବେଳେ ସ୍ଥାନୀ ୟସରପଞ୍ଚ ଦାଢାପାଟଣା ଗ୍ରାମକୁ ୭ଦିନ ପାଇଁ ସଟ୍ ଡାଉନ ଘୋଷଣା କରି ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ମାର୍ଗକୁ ସିଲ୍ କରିଥିବା ଜଣାପଡିଛି । ଅନ୍ୟପଟେ ମହାମାରୀ କରୋନା ଏବେ ଗାଁ ମୁହାଁ ହୋଇଥିବା ବେଳେ ବିପଦରେ ଗ୍ରାମାଂଚଳ ବୋଲି ବୃଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।

Comments (0)
Add Comment