ଦାୟିତ୍ୱନେଲେ ଭୁବନେଶ୍ୱର-କଟକ ନୁଆ ଡିସିପି

ଭୁବନେଶ୍ୱର(ଏସଏସନିୟୁଜ) ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ଭୁବନେଶ୍ୱରର ଓ କଟକ ରେ ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଫିସର ଉମାଶଙ୍କର ଦାଶ ଓ ଆଇପିଏସ୍ ଅଫିସର ପ୍ରତୀକ ସିଂହ । ପୁରୀ ଏସପି ଉମାଶଙ୍କର ଦାସ ଆଜି ବିଧିବଦ୍ଧ ଭାବେ ଭୁବନେଶ୍ୱରର ଡିସିପି ଦାୟିତ୍ୱ ଗ୍ରହଣ କରିଥିବାବେଳେ ପ୍ରତୀକ ସିଂହ କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଉଚ୍ଛେଦ ଠାରୁ ଆରମ୍ଭ କରି ଚଳିତ ରଥଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବା ନେଇ ୨୦୦୮ ବ୍ୟାଚ୍‍ ଆଇପିଏସ ଡକ୍ଟର ଉମାଶଙ୍କର ଦାସଙ୍କ ଅବଦାନ ରହିଛି । ସୋମବାର ପୋଲିସ ସେବା ଭବନରେ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ଅଧିକାରୀ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ନବନିଯୁକ୍ତ ଡିସିପି ଦାଶ। ଅନ୍ୟପଟେ ପୂର୍ବତନ କଟକ ଡିସିପି ଅଖିଳେଶ୍ୱର ସିଂଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରତୀକ ସିଂହ। ଏହି ଅବସରରେ କମିଶନର ଷଡ଼ଙ୍ଗୀ ଉଭୟ ଡିସିପିଙ୍କୁ କମିଶନରେଟର ବ୍ୟାଜ୍ ପ୍ରଦାନ କରି ସେମାନଙ୍କୁ ସ୍ୱାଗତ କରିଥିଲେ।

Comments (0)
Add Comment