ଦାଦା ବଟିକୁ ନା ରେ ବାରଙ୍ଗଥାନା

ବାରଙ୍ଗ,୨୧/୧୦(ଏସଏସନିୟୁଜ) କମିସିନେରେଟ ପୋଲିସ  ପକ୍ଷରୁ ଆରମ୍ଭ କରାଯାଇଥିବା ଦାଦା ବଟି କୁ ନା କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ । ଟ୍ରକକୁ ରୋକି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଏହି ଥାନା ଅର୍ନ୍ତଗତ ମୁଣ୍ଡମୁହାଣ ଗ୍ରାମର ବିବୁଲା ରାଉତଙ୍କୁ ଗିରଫକରି  ବୁଧବାରଦିନ କୋର୍ଟଚାଲଣ କରିଛି । ମଙ୍ଗଳବାର ରାତିରେ ଓଆର୨୧ବି-୮୪୨୭ନଂ ଟ୍ରକଟି ବାଲି ନେଇ ଯାଉଥିବାବେଲେ ମୁଣ୍ଡମୁହାଣ ଛକରେ ବିବୁଲାରାଉତ ଟ୍ରକଟିକୁ ରୋକିଥିଲା ।  ଟ୍ରକର ଚାଳକ ବାଲିଅନ୍ତା ଥାନା ଅଧୀନସ୍ତ ଯୋହଳ ଗ୍ରାମର ସାଲୁପ୍ରଧାନକୁ ୩୦ଟଙ୍କା ଦେବାକୁ ବିବୁଲା କହିଥିଲେ ।ସାଲୁ ଟଙ୍କା ଦେବାକୁ ରାଜି ନହେବାରୁ ଅଶ୍ରବ୍ୟଭାଷାରେ ଗାଳିଗୁଲଜ କରିବା ସହ  ଜୀବନରେ ମାରିଦେବାକୁ ଧମକ ଦେଇଥିଲା ବିବୁଲା । ନିଜକୁ ବଞ୍ଚାଇବା ପାଇ ସାଲୁ ୩୦ଟଙ୍କା ଦେଇ ଘଟଣାସ୍ତଳରୁ ପଳାଇଆସିଥିଲେ ।ଏହାପରେ ସାଲୁ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ୧୬୩/୨୦କେଶନଂରେ ଏକ ମକଦ୍ଦମାରୁଜୁକରି ମୁଣ୍ଡମୁହାଣଛକରୁ ବିବୁଲାକୁ ଗିରଫ କରିଥିଲେ ।   ଅନ୍ୟ ଟ୍ରକଠାରୁ ଆଦାୟ କରି ପାଖରେ ରଖିଥିବା ୫୧୦ଟଙ୍କା ଓଏକ ମୋବାଇଲଫୋନ କୁ ବିବୁଲା ଠାରୁ ପୋଲିସ ଜବତ କରି ବୁଧବାରଦିନ କୋର୍ଟଚାଳଣ କରିଛି ।

 

Comments (0)
Add Comment