ଦେବଦୂତ ସାଜିଲେ ବାରଙ୍ଗ ଥାନାଧିକାରୀ

ଭୁବନେଶ୍ବର:୪/୪(ଏସଏସଏନ୍)ସାରା ବିଶ୍ବରେ କରୋନା ଭୂତାଣୁକୁ ନେଇ ଚିନ୍ତାରେ ଥିବା ବେଳେ ଦେଶ ଓ ରାଜ୍ୟରେ କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ଲଗ୍ ଡାଉନ୍ ଜାରି ହୋଇଛି । ଆଉ କେଉଁଠି ଶଟ୍ ଡାଉନ୍ ମଧ୍ୟ କରାଯାଇଛି । ଏହି ଶଟ୍ ଡାଉନ୍ ରେ ରାଜରାସ୍ତା ଜନଶୁନ୍ୟ ହୋଇଯାଇଛି ।ଗାଡି ମଟର ଠପ୍ ହୋଇଯାଇଥିବା ବେଳେ  ସବୁଠି ଖାଁଖାଁ ଲାଗୁଛି । ଏଭଳି ପରିସ୍ଥିତିରେ ବାରଙ୍ଗ ଥାନାଧିକାରୀ ଦେବଦୂତ ସାଜି ଜଣେ ବିଷାକ୍ତ ସାପ କାମୁଡାରେ ଆହାତ ହୋଇଥିବା ଯୁବକକୁ ହସ୍ପିଟାଲକୁ ପଠାଇଛନ୍ତି । ଏଭଳି ଘଟଣା ବାରଙ୍ଗ ଥାନା ଅଧିନରେ ଥିବା ବିଦ୍ୟାଧରପୁର ଗ୍ରାମରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ,

ଉକ୍ତଗ୍ରାମର ଧିରେନ୍ ବେହେରା ନାମକ ଯୁବକ ରାଜ୍ୟ ବାହାରେ ରହି କାମ କରୁଥିଲା । କରୋନା ଭୁତାଣୁ ଖବର ପାଇଁ  କିଛିଦିନ ତଳେ ନିଜ ଗ୍ରାମକୁ ଫେରିଥିଲା । ହେଲେ ଗ୍ରାମବାସୀ ଗ୍ରାମରେ ପ୍ରବେଶ କରିନଥିଲେ ।ଧିରେନ୍ ଓ ତାର ୫ ଜଣ ସାଥି ସେଲ୍ପ କ୍ବାରେଟାଇନ୍ ରେ ରହୁଥିଲେ । ଆଜି ସଂନ୍ଧ୍ୟାରେ ରୋଷେଇ କରିବା ପାଇଁ ଘର ଭିତରୁ କାଠ ଆଣିବା ସମୟରେ କାଠ କାଢୁଥିବା ବେଳେ ବିଷାକ୍ତ ସାପ ତାଙ୍କ ଗୋଡକୁ  କାମୁଡି ଦେଇଥିଲା । ଲଗ୍ ଡାଉନ୍ ପାଇଁ ହସ୍ପିଟାଲ ଯିବା ତାଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇଥିଲା । ସମୟ ଯେତେ ବଢିବଢି ଯାଉଥିଲା  ଧିରେଧିରେ ଗୁରୁତର ହୋଇପଡୁଥିଲେ ଧିରେନ୍ । ବିଶେଷ ସୁତ୍ରରୁ ବାରଙ୍ଗ ଥାନଧିକାରୀ ଶଶୀକାନ୍ତ ରାଉତ ଖବର ପାଇଁ କାଳବିଳମ୍ବ ନକରି ଘଟଣା ସ୍ଥଳରେ ପହଁଛି ।ବିଷାକ୍ତ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ୍ ଜାର ଭିତରେ ରଖି ସାପ ଓ  ଧିରେନ୍ କୁ ସଙ୍ଗେସଙ୍ଗେ କଟକ ହସ୍ପିଟାଲକୁ ନେଇଥିଲେ । ତେବେ ଥାନାଧିକାରୀଙ୍କ ଏଭଳି ମହାନ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Comments (0)
Add Comment