ଦେବୀ ମିଶ୍ର ଘରେ ସିବିଆଇ ରେଡ୍

ଭୁବନେଶ୍ୱର :୧୮/୯(ଏସଏସଏନ୍) ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ସି-ସୋର ଚିଟଫଣ୍ଡ ମାମଲାରେ ଲିଙ୍କ୍‍ ନେଇ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଘର ସହ ମୋଟ ୭ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ସିବିଆଇର ଏକ ପାଞ୍ଚ ଜଣିଆ ଟିମ୍ ତାଙ୍କ ବାସଭବନରେ ଘଣ୍ଟାଏରୁ ଅଧିକ ସମୟ ଖୋଳତାଡ଼ କରିବା ପରେ ଫେରିଯାଇଥିଲେ। ସେମାନେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଜଣାପଡ଼ିଛି।ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments (0)
Add Comment