ଡେଲାଙ୍ଗ-କଣାସ ଯୋଗାଯୋଗ ବିଛିନ୍ନ

ଡେଲାଙ୍ଗ ୧/୯(ଏସ॰ଏସ॰ନିୟୁଜ) ଦୟାନଦୀର କଣ୍ଟି ଓ ମାଧିପୁର କାଜରୁ ବନ୍ୟାଜଳ ଲୁଣାନଦୀ କୁ ପ୍ରବେଶ କରିବା ଦ୍ୱାରା ଅନେକ ପଂଚାୟତ ଜଳାର୍ଣ୍ଣବ ହୋଇଯାଇଛି । ଡେଲାଙ୍ଗ-ଖୋର୍ଦ୍ଧା ଓ ଡେଲାଙ୍ଗ-କଣାସ ମୁଖ୍ୟ ରାସ୍ତାର ଉପରେ ୩ ପୁଟର ଉଚ୍ଚର ପାଣି ଚାଲୁଥିବାରୁ ଗମନାଗମନରେ ବାଧା ସୃଷ୍ଟି ହେଇଛି । ଏହା ଫଳରେ ଡେଲାଙ୍ଗ ହାଟ ବଜାରକୁ ଯାତାୟତ ଠପ ହୋଇଯାଇଛି । ଡେଲାଙ୍ଗ ବ୍ଲକ ମଧ୍ୟରେ ଦେଇ ଯାଇଥିବା ଲୁଣା ନଦୀରେ ପ୍ରବଳ ବନ୍ୟା ଯୋଗୁ ନଦୀରେ ରହିଥିବା ଦଳ ଜଳ ନିସ୍କାସନରେ ସମସ୍ୟା ସୃଷ୍ଟି କରୁଛି । ଏହାସହିତ ଅନେକ ଦିନଧରି ଖନନ ହୋଇନଥିବାରୁ ଜଳ ନିଷ୍କାସନରେ ବିଳମ୍ବ ହେଉଛି । ମୁନିନ୍ଦାଠାରେ ଥିବା ଲୁଣାନଦୀ ସେତୁଟି ବିଗତ ବର୍ଷଧରି ସଙ୍କୁଚିତ ଅବସ୍ଥାରେ ରହିଥିବାରୁ ଦଳସେତୁରେ ଲାଗିବା ହେତୁ ବନ୍ୟାଜଳ ଅବରୋଧ କରୁଛି । ଯାହା ଫଳରେ ନଦୀର ଜଳସ୍ତର ସେଠାରେ ବୃଦ୍ଧି ପାଉଥିବାରୁ ନିକଟସ୍ଥ ଗ୍ରାମ ଗୁଡିକରେ ଜଳ ଭର୍ତ୍ତି ହୋଇଛି ।

 

Comments (0)
Add Comment