ଦେଲେ ଟିକା ,ବାନ୍ଧିଲେ ବେଲ୍ଟ

ସାକ୍ଷୀଗୋପାଳ,୧୩/୧୧(ଏସଏସନିୟୁଜ)ସତ୍ୟବାଦୀରେ ପ୍ରଥମ କରି ଆରମ୍ଭ ହେଲା ବୁଲା କୁକୁରମାନଙ୍କୁ ଜଳାତଙ୍କ ଟିକାକରଣକରଣ ।ପ୍ରାଣୀସମ୍ପଦବିଭାଗ ସହ ବିଭିର୍ଣ ସଙ୍ଗଠନର କର୍ମକର୍ତାମାନେ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ ।ଏହି କର୍ମକର୍ତାମାନେ ପ୍ରଥମେ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦରିରରେ ସମୁହ ଦୀପଦାନ କରିସାରିବା ପରେ ମନ୍ଦିରରୁ ଆଜ୍ଞାମାଳ ଆଣିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଟିକାକରଣ ।ଏହି ଟିମ୍ ଦଳିତବସ୍ତୀ, ବଳରାମବଜାର, ସେବକାସହି, ମନ୍ଦିରପାଖ ଓ ବଜାରରେ ବୁଲି ପ୍ରାୟ ୫୦ରୁ ଉର୍ଦ୍ଧ ବୁଲାକୁକୁରଙ୍କୁ ଧରିବା ସହ ସେମାନଙ୍କୁ ଜଳାତଙ୍କ ଟିକା ଦେବା ସହ ବେକରେ ରେଡିୟମ ବେଲ୍ଟ ବାନ୍ଧିଥିଲେ ।

Comments (0)
Add Comment