ଦିଲ୍ଲୀରେ ହେବ ରାଲି

ଭୁବନେଶ୍ୱର,୧୮/୧୨-(ଏସ୍ଏସ୍ ନିଉଜ) ଭାରତୀୟ ରେଳରେ ଘରୋଇକରଣକୁ ବିରୋଧକରି ରେଳଚାଳକସଂଘର ବୁଧବାରଦିନ ବିକ୍ଷୋଭ ପଦର୍ଶନ କରିଥିଲେ । ଭାରତୀୟ ରେଳ ଲାଭଜନକ ସ୍ଥିତିରେ ଥିବାବେଲେ ଭାରତସରକାର ୧୦୦ଦିନିଆ ଯୋଜନାରେ ରେଳବାଇକୁ ଘରୋଇକରଣ ଓ ନିଗମିକରଣ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏହା ବିରୋଧରେ ସର୍ବଭାରତୀୟ ରେଳଚାଳକସଂଘ ପୁର୍ବତଟ ରେଳମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ ।ନୁତନ ପେନସନ ଯୋଜନାକୁ ଦୁରକରି ପୁରୁଣା ପେନସନ ଯୋଜନା ଲାଗୁକରିବା,ଦୈନିକ ୮ଘଂଟା କାର୍ଯ୍ୟସମୟ ନିର୍ଘଂଟ କରିବା,୧୯୮୦ନୀୟମାନୁସାରେ ମାଇଲେଜଭତା ଲାଗୁକରିବା, ସପ୍ତାହର ୪୬ଘଂଟାବିଶ୍ରାମ ବ୍ୟବସ୍ଥା,ଖାଲିପଦବୀପୁରଣ,ଅବସରପ୍ରାପ୍ତ ଚାଳକଙ୍କ ପେନସନରେ ଥିବା ଅସମାନତା ଦୁର ,ରିଲିର୍ଭିଂ ଡ୍ୟୁଟିବନ୍ଦ କରିବା,ସ୍ଥାନାନ୍ତରଣରେ ନିଦ୍ଧିଷ୍ଟ ନୀୟମ ଲାଗୁକରିବା,ୟୁନିଫର୍ମଭତା ବୃଦ୍ଧିକରିବା,ପଲାସା ରନିଂରୁମରେ ସ୍ୱାସ୍ଥ୍ୟକରଖାଦ୍ୟ ପ୍ରଦାନ,ଚାଳକମାନଙ୍କୁ ଷଷ୍ଠବେତନଶ୍ରେଣୀରେ ଅର୍ନ୍ତଭୁକ୍ତ କରିବା ଦାବୀରେ ଚାଳକ ଓ ସହ ଚାଳକମାନେ ବିକ୍ଷୋଭ ପଦର୍ଶନ କରିଥିଲେ ।ସିପିଆଇଏମ ନେତା ଜନାର୍ଦ୍ଦନପତି,ଶ୍ରମିକନେତା ଦିପ୍ତିରଞନମହାନ୍ତି ଓ ସିଆରଦାସ,ଚାଳକସଂଘର ପୁର୍ବତନ ଯୋନସଭାପତି ଶରତଚନ୍ଦ୍ରପଟ୍ଟନାୟକ,ଯୋନସଚିବ ଏସକେଚୈ।ବେ ପ୍ରମୁଖ ଯୋଗଦେଇଥିଲେ ।ଭାରତସରକାର ଚାଳକମାନଙ୍କର ଦାବୀକୁ ଯଥାଶିଘ୍ର ପୁରଣ ନକଲେ ଆନ୍ଦୋଳନ ତ୍ରିବତର କରାଯିବା ସହ ଦରକାର ପଡିଲେ ଚକାବନ୍ଦ କରିବାକୁ ପଛାଇବୁନାହିଁ ବେଲି ବକ୍ତାମାନେ ଚେତାବନୀ ଦେଇଛନ୍ତି । ଏହାବିରୁଦ୍ଧରେ ଜାନୁୟାରୀ ୧୯ରେ ଦିଲ୍ଲୀରେ ସର୍ବଭାରତୀୟସ୍ତରରେ ରାଲି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Comments (0)
Add Comment