ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାର ଜାରି

ଆଠଗଡ଼,୨୩/୧୧(ଏସଏସନିୟୁଜ) ପବିତ୍ର ଅଁଳା ନବମୀରେ ଭକ୍ତ ମାନଙ୍କ ଦର୍ଶନ ପାଇ ଧବଳେଶ୍ଵରଙ୍କ ପୀଠ ବନ୍ଦ କରିଛି ପ୍ରଶାସନ ।ଆଜିର ଦିନରେ ମହାଦେବ ଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଜନଶୃତି ରହିଛି । ଶହଶହ ଭକ୍ତ ଙ୍କ ସମାଗମ ହେବାର ଆଶଙ୍କା କରି ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାର ଜାରି କରିଛି ପ୍ରଶାସନ ।ତେବେ ରାତି ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ସହ ମନ୍ଦିରରେ ନୀତି କାନ୍ତି କରାଯାଇଛି ।କାର୍ତ୍ତିକ ମାସର ଚତୁର୍ଥ ସୋମବାର ତଥା ଶେଷ ସୋମବାର ହୋଇଥିବାରୁ ଭକ୍ତମାନଙ୍କ ଗହଳି ଲାଗିଥାନ୍ତା ।କିନ୍ତୁ କୋଭିଡ କଟକଣା ଯୋଗୁ ସ୍ବୁକିଛି ଫିକା ପଡିଯାଇଛି ।

Comments (0)
Add Comment