ଧରାହେଲା ନାଗଚମ୍ପା

ବାରଙ୍ଗ,୧୯/୬(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମର ଗୁଣ୍ଡିଚାପାତ୍ରଙ୍କ ଘରୁ ଏକ ଚମ୍ପାନାଗ ଉଦ୍ଧାର ହୋଇଛି ।ପ୍ରାୟ୬ଫୁଟ ଲମ୍ବର ଏହି ସାପଟି ଘର ର ପଛପଟ ଝରକାପାଖରେ ଶୋଇଥିଲା । ଅପରାହ୍ନ ସମୟରେ ପରିବାର ସଦସ୍ୟ ଘର ଝରକା ଖୋଲିବାପରେ ସାପଟି ଝରକାରେ ଶୋଇଥିବାର ଦେଖିବାକୁ ପାଇଥିଲେ ।ଏହାପରେ ପରିବାର ସଦସ୍ୟମାନେ ସାପଟିକୁ ଦେଖିଥିଲେ ମଧ୍ୟ ଝରକାକୁ ବନ୍ଦ କରିପାରିନଥିଲେ ।କିନ୍ତୁ ସାପଟି ସେହିଜାଗାରେ ଶୋଇରହିଥିଲା ।ପରିବାର ଲୋକ ଭୟରେ ରହିଥିବାବେଳେ ସାପଟିର ଗତିବିଧିକୁ ଲକ୍ଷ କରିବାପାଇଁ କିଛିବାଟ ଦୁରରେ ଜଗିରହିଥିଲେ । ଖବରପାଇ ସାପଧରାଳି ବସନ୍ତ କୁମାରଦାସ ଆସି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ ।

 

Comments (0)
Add Comment