ଧରାହେଲେ ୧୦ଜଣିଆ ଚୋରଗ୍ୟାଙ୍ଗ୍‌.ଜବତହେଲା ସୁନାଅଳଙ୍କାର

ଗଞାମ,୧୧/୧୧(ଏସ୍‌ଏସ୍‌ନିୟୁଜ) ଗଞାମ ଜିଲ୍ଲାପୋଲିସ ଏକ ଚୋରଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ସେମାନଙ୍କଠାରୁ ପୋଲିସ ଚୋରୀସାମଗ୍ରୀ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା୧୫ଜଣଙ୍କୁ ଗିରଫ କରିପାରିଛି ।
ପ୍ରକାସ ଯେ,ଗଞାମ ପୁରୁଷତମପୁର ଥାନା ଅଧିନସ୍ଥ ଚାଙ୍ଗୁଡିପାଦରସାହି ର ସୁରେନ୍ଦ୍ରକୁମାରନାୟକଙ୍କ ଘରୁ ଗତମାସ ୧୨ତାରିଖ ରାତିରେ କିଛି ଅଜଣା ବ୍ୟକ୍ତି ଘରର କବାଟ ଭାଙ୍ଗି ଘର ମଧ୍ୟକୁ ପ୍ରବେଶ କରି କାଠ ଆଲମିରା ଭାଙ୍ଗି ସୁନାଅଳଙ୍କାର,ନଗଦ ଟଙ୍କାସହ ପ୍ରାୟ ୧କୋଟିଟଙ୍କା ମୁଲ୍ୟର ଚୋରୀ କରିନେଇଥିବାର ସୁରେନ୍ଦ୍ର ଥାନାରେ ୧୩ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବିଶେଷସୁତ୍ରରୁ ଖବରପାଇ ଗତକାଲି ଏହି ଘଟଣାର ମାଷ୍ଟରମାଇଣ୍ଡ ସାଜିଥିବା କାଳିଆ ଓରଫ ଘନଶ୍ୟାମ ବେହେରାକୁ ଧରିବାରେ ସକ୍ଷମ ହୋଇଥିଲା ।କାଳିଆକୁ ଥାନାକୁ ଆଣି ପଚରାଉଚରା ପରେ ଚୋରୀ କରିଥିବା ବିଷୟରେ କାଳିଆ ପୋଲିସ ଆଗରେ ମାନିଯାଇଥିଲା ।ପୁରୁଷତମପୁର ନୟାତାଲା ସାହିର ଅମିତବେହେରା ନାମକ ବ୍ୟକ୍ତି ଚୋରୀ ଘଟଣାରେ ପ୍ରମୁଖ ସୁତ୍ରଧର ସାଜିବା ସହ ସମ୍ପୁର୍ଣ ସୁଚନା ଜଣାଇଥିଲା । କାଳିଆ ଯୋଜନା ପ୍ରସ୍ତୁତ କରି ତିନିଥର ଚୋରୀକରିବାକୁ ଉଦ୍ୟମ କରି ବିଫଳ ହେବାପରେ ଚତୁର୍ଥଥର ପାଇଁ ସୁରେନ୍ଦ୍ରଙ୍କ ଘରୁ ଚୋରୀକରିବାରେ ସକ୍ଷମ ହୋଇଥିଲେ । ଘରର ମୁଖ୍ୟ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ସହ ଘରେ ଥିବା କାଠ ଆଲମିରା ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ,ଟଙ୍କା, ମୋବାଇଲ ଫୋନ, ସିସିକ୍ୟାମେରା,ଷ୍ଟାବିଲାଇଜର ଆଦି ନେଇ ଯାଇଥିବା ବିଷୟରେ ପୋଲିସ ଆଗରେ ସ୍ୱିକାର କରିଥିଲା । ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୧୦ଜଣଙ୍କ ସହ ଚୋରିସାମଗ୍ରୀ କ୍ରୟ କରିଥିବା ୫ଜଣଙ୍କୁ ଗିରଫ କରିଥିଲେ ।ସେମାନଙ୍କଠାରୁ ୬.୫୦୧କେଜିର ସୁନାଅଳଙ୍କାର,ନଗଦ୪ଲକ୍ଷ୪୪ହଜାରେଟଙ୍କା,ମୋବାଇଲ.ସିସିଟିଭି ଆଦିକୁ ଜବତ କରିଥିଲେ ।

 

Comments (0)
Add Comment