ଧରାହେଲେ୫,ଜବତହେଲା୨ବାଇକ ଓ ୮ସୁନାଚେନ

ଭୁବନେଶ୍ୱର,୧୯/୭(ଏସ୍‌ଏସ୍‌ନିୟୁଜ)ଏକ ଛିନତାଇ ଗ୍ୟାଙ୍ଗର ୫ଜଣିଆ ଦଳକୁ ନୟାପଲ୍ଲୀଥାନାପୋଲିସ ଧରିବାରେ ସଫଳ ହୋଇଛି ।ସେମାନଙ୍କଠାରୁ ଦୁଇଟିବାଇକ ସହ ୮ଟି ସୁନାଚେନ ଜବତ କରିଛି ।ସେମାନେ ହେଲେ ଭୁୁବନେଶ୍ୱର ବରଗଡର ଲୋଚନବେହେରା,ପୁରୀ ବ୍ରହ୍ମଗିରିର ସୁଶାନ୍ତମହାରଣା. ଖଣ୍ଡପଡାର ବୁଲୁନାୟକ,ନୟାଗଡ ଇଟାମାଟିର ରମେଶ ନାୟକ ଓ ସର୍ବେଶ୍ୱର ଗୋଛାୟତ ।ଏମାନଙ୍କ ନାମରେ ରାଜଧାନୀର ବିଭିର୍ଣଥାନାରେ ବହୁ କେଶ୍ ରହିଛି ।ସିଆରପିଏଫକ୍ୟାମ୍ପସରେ ରହୁଥିବା ଜଣେ ମହିଳାଙ୍କଠାରୁ ସୁନାଚେନ ଝାମ୍ପି ନେବାପରେ ଏହି ଗ୍ୟାଙ୍ଗର ପର୍ଦାଫାସ କରିବାରେ ପୋଲିସ ସହାୟକ ହୋଇଥିଲା ।ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟକୁ ପ୍ରାଥମିକତା ଦେଇ ନୟାପଲ୍ଲୀପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଦୁଇଜଣଙ୍କୁ ଧରିବାପରେ ଏମାନଙ୍କ ଗ୍ୟାଙ୍ଗର ପତାପାଇପାରିଥିଲା ।

Comments (0)
Add Comment