ଧାରଣାରୁ ଉଠିଲେ ଚେତାବନୀ ଦେଲେ

ଡେଲାଙ୍ଗ,୨୦/୧(ଏସ୍‌ଏସ୍‌ନିୟୁଜ) ସତ୍ୟବାଦୀ ତହସିଲ ଅଧିନରେ ଥିବା ଗ୍ରାମଗୁଡକରେ ଫନିରେ କ୍ଷତିଗ୍ରସ୍ଥ ହୋଇଥିବା ପରିବାରଲୋକଙ୍କର ସଠିକ ତାଲିକାରେ ପାତରଅନ୍ତର କରାଯାଇଛି ।ପକୃତ ହିତାଧିକାରୀମାନେ ଏହି ତାଲିକାରୁ ବାଦ ପଡିଛନ୍ତି ।ଫଳରେ ସରକାରୀ ସାହାର୍ଯ୍ୟ ଆବଶ୍ୟକତା ଥିବା ଲୋକମାନଙ୍କ ପାଖରେ ପହଁଚିପାରିନାହିଁ ବୋଲି ଫନିକ୍ଷତିଗ୍ରସ୍ଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ।ଫନିରେ କ୍ଷତିଗ୍ରସ୍ଥ ପିଡିତାମାନଙ୍କୁ ନ୍ୟାୟ ଦେବା ଅବହେଳାରେ ପୁରୀ ଜିଲ୍ଲା ଫନିକ୍ଷତିଗ୍ରସ୍ଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାରଦିନ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା ।

ତହସିଲଦାର କମିଟିର କର୍ମକର୍ତାମାନଙ୍କୁ ବୁଝାସୁଜା କରିବା ସହ ପୁନଃ ତଦନ୍ତ କରି ପକୃତହିତାଧିକାରୀଙ୍କୁ ସାମିଲ କରିବାର ପ୍ରତିଶୃତି ପରେ ଧାରଣାରୁ କ୍ରିୟାନୁଷ୍ଠାନ କମିଟି ଉଠିଥିଲେ ।ତେବେ ଫ୍ରେବୁୟାରୀ ୩ତାରିଖ ସୁଦ୍ଧା ପକୃତ ହିତାଧିକାରୀ ସେମାନଙ୍କ ନ୍ୟାୟ ନପାଇଲେ ତହସିଲକାର୍ଯ୍ୟାଳୟ ସାମ୍ନାରେ ଏହି କମିଟି ଅନଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିବାର ଜଣାପଡିଛି ।

Comments (0)
Add Comment