ଧରାପଡିଲେ ବିଏମସିର ଠିକା କର୍ମଚାରୀ ,ଜବତହେଲା ବ୍ରାଉନସୁଗାର

ଭୁବନେଶ୍ୱର,୧୮/୧୧(ଏସ୍‌ଏସ୍‌ନିୟୁଜ) ବିଏମସିର ଠିକା କର୍ମଚାରୀ ବ୍ରାଉନସୁଗାର ବିକି ପୋଲିସହାତରେ ଧରାପଡିଛନ୍ତି ।ଗିରଫ କର୍ମଚାରୀ ହେଲେ ଦୀଲିପ କୁମାର ବେହେରା । ସେ ବିଏମସି ଅଫିସରେ ଠିକାରେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ ।ସେ ପୁଡିଆ କାରି ବ୍ରାଉନସୁଗାରକୁ ବିକ୍ରି କରୁଥିଲେ । କମିସନରେଟ ପୋଲିସ ଗ୍ରାହକ ସାଜି ଏହି କର୍ମଚାରୀଜଣଙ୍କୁ ବିଏମସି ବ୍ଲଡବ୍ୟାଙ୍କ ନିକଟରେ କାବୁ କରିବାରେ ସକ୍ଷମ ହୋଇଛି ।ତାଙ୍କଠାରୁ ୭ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି ।ଏହା ସହିତ ତାଙ୍କ ବାଇକ କୁ ଜବତ କରିଛି ।ବାଇକ ଡିକିରୁ ୭ଟି ପାସ୍‌ବୁକ ସହ ୨ଲକ୍ଷଟଙ୍କା ମୁଲ୍ୟର ୪୦ଗ୍ରାମ ସୁନା ,ନଗଦ ୪୦ହଜାରେ ଟଙ୍କା ଓ ମୋବାଇଲଫୋନକୁ ଜବତ କରିଛି ପୋଲିସ ।

Comments (0)
Add Comment