ଧରିଲେ ମଦ

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ) ବାରଙ୍ଗଥାନା ଅର୍ନ୍ତଗତ ପାଟପୁର ଗ୍ରାମରେ ଦେଶୀମଦ ବିକ୍ରିହେଉଥିବାର ବହୁବାର ଥାନାରେ ଅଭିଯୋଗ ହେଉଥିଲା । ରାତିହେବାମାତ୍ରେ ଦେଶିମଦର ପସରା ଖୋଲିଥାନ୍ତି ନିଜ ଘରେ ଏହି ବ୍ୟବସାୟୀ ଜଣଙ୍କ । ଏହି ଦେଶୀମଦ ପିଇ ବହୁ ନିରିହ ପରିବାର ସର୍ବସ୍ୱାନ୍ତ ହେଉଥିବାବେଳେ ବେଘର ହେବାର ନଜିର ମଧ୍ୟ ରହିଛି ।ତେବେ ଗତକାଲି ରାତିରେବାରଙ୍ଗଥାନା ଏସ୍‌ଆଇ ଏସ୍‌.କେ,ବରାଳ ପେଟୋଲିଂ କରୁଥିବାବେଳେ କୈାଣସିସୁତ୍ରରୁ ଖବରପାଇ ଚଢାଉ କରିଥିଲେ ।ଚଢାଉସମୟରେ ପାଟପୁର ଗ୍ରାମର ନିରଞନ ସାମଲଙ୍କୁ ଗୁରଫକରି ତାଙ୍କ ଘରୁ ୩୫ଲିଟର ଦେଶୀମଦ ଜବତ କରିବାରେ ସକ୍ଷମ ହୋଇଥିଲେ ।ଏହାପରେ ୧୫୪/୨୦କେଶନଂରେ ଏକ ମକଦ୍ଦମା ରୁଜୁ କରି ବୁଧବାରଦିନ ନିରଞନକୁ କୋର୍ଟଚାଳଣ କରିଥିବାର ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

Comments (0)
Add Comment