ଡଃ ଦିଗରାଜ ବ୍ରହ୍ମା ପାଇଲେ ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ

ବାରଙ୍ଗ,୧୭/୨(ଏସଏସନିୟୁଜ)ଶିଶୁମାନେ ହେଉଛନ୍ତି ଦେଶର ଗୌରବ ଓ ସମ୍ମାନ । ସେମାନଙ୍କୁ ଉତମ ନାଗରିକ ଭାବେ ଗଢି ତୋଳିବା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର । ପିତା, ମାତା ଓ ଶିକ୍ଷକଙ୍କ ପରେ ପିଲାମାନଙ୍କଜୀବନ ଗଠନରେ ଶିଶୁ ସାହିତ୍ୟର ଭୂମିକା ଅନସ୍ୱୀକାର୍ଯ୍ୟ । କୋମଳମତି ଶିଶୁଙ୍କୁ ସତ୍ ଓ ଦୃଢ ରାସ୍ତାରେନେବା ଲାଗି ଶିଶୁ ସାହିତ୍ୟର ପର୍ରିକାଶ କିରି ହେବା ଉଚିତ୍ ଓ ଏହା ସେମାନଙ୍କ ନିକଟରେ କିପରିପହଂଚିିବ, ଏବେ ଚିନ୍ତା କରିବାର ସମୟ ଆସିଛି । ସବୁ ସାହିତ୍ୟର ମୂଳ ଉତ୍ସ ହେଉଛି ଶିଶୁସାହିତ୍ୟ । ଏହାର ପ୍ରଚାର ଓ ପ୍ରସାର ଆବଶ୍ୟକ ବୋଲି ନନ୍ଦନକାନନ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାରଅନୁଷ୍ଠିତ ଏକାମ୍ର ଶିଶୁ ସାହିତ୍ୟ ସଂସଦର ପଂଚଦଶ ବାର୍ଷିକ ଉତ୍ସବରେ ଯୋଗଦେଇ ବରେଣ୍ୟ ଅତିଥିମାନେମତପ୍ରକାଶ କରିଛନ୍ତି । ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର ଏହି ଉତ୍ସବକୁ ଆନୁଷ୍ଠାନିକ ଉଦ୍‌ଘାଟନକରିବା ଅବସରରେ କହିଲେ, ଶିଶୁ ସାହିତ୍ୟ କିରି ପିଲାଙ୍କ ମନଲାଖୀ ହୋଇପାରିବ ସେଥ୍ରିତି ଶିଶୁସାହିତ୍ୟିକମାନେ ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଥିଲେ । ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତଶିଶୁ ସାହିତ୍ୟିକ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି, ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର ମୁଖ୍ୟ ବକ୍ତା ଓ ଜୟନ୍ତକୁମାର ଦାସ୍ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏକାମ୍ର ଶିଶୁ ସାହିତ୍ୟ ସଂସଦର ସଭାପତି ଡଃଶରତ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଡଃ ବିଷ୍ଣୁଚରଣ ସାହୁ ଅତିଥି ପରିଚୟ ପ୍ରଦାନପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂସଦର ସମ୍ପାଦକ ଲକ୍ଷ୍ମୀପ୍ରସାଦ ସାହୁ ବାର୍ଷିକ ବିବରଣୀ ପାଠକରିଥିଲେ ।ଏହି ଅବସରରେ ଡଃ ଦିଗରାଜ ବ୍ରହ୍ମାଙ୍କୁ ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରିଡଃ ଲକ୍ଷ୍ମୀକାନ୍ତ ଖୁଟିଂଆଙ୍କୁ ଫୁଲ-ନରହରି ସ୍ମୃତି ସମ୍ମାନ, ଶ୍ରୀମତୀ ପ୍ରଭାତ ନଳିନୀ ସାହୁଙ୍କୁ ଶଶି-ଶ୍ରୀଭୂଜ ସ୍ମୃତିସମ୍ମାନ, ଶ୍ରୀମତୀ ନିବେଦିତା ଦାସ୍‌ଙ୍କୁ ଅନାମ-ଭୂତି ସ୍ମୃତି ସମ୍ମାନ, ସୁଶାନ୍ତ କୁମାର ସାମଲଙ୍କୁ ସାଧୁ ଦୟାନିଧିଦାସ ସ୍ମୃତି ସମ୍ମାନ ଏବଂ ମୁରଲୀଧର ହରିଚନ୍ଦନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ସଂସଦରମୁଖପତ୍ର ଓ ଶିଶୁ କବିତା ସଙ୍କଳନ ‘ଏକାମ୍ର କୁସୁମ’କୁ ମୁଖ୍ୟ ଅତିଥିଲୋକାର୍ପଣ କରିଥିଲେ । ଏଅବସରରେ୪୧ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଏକାମ୍ର ଶିଶୁ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଜୟକୃଷ୍ଣ ସାହୁଙ୍କଅନେକ କୁସୁମ ଅନେକ ମହକ, ହରମୋହନ କୁଅଁରଙ୍କ ସବୁଜହସ ସବୁଜଦେଶ, ବୃନ୍ଦାବନ କୁମ୍ଭାରଙ୍କଆମେସବୁ ସୁନାପିଲା ଓ ଶତ୍ରୁଘ୍ନ ଭୂତିଆଙ୍କ ବିଜ୍ଞାନ କୁହୁକ ପେଡି ପୁସ୍ତକ ଲୋକାର୍ପଣ ହୋଇଥିଲା । ପୂର୍ବରୁସକାଳେ ହର୍ରିିୟା ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାନ୍ତି, ଦୀପ୍ତିପ୍ରଭା ମିଶ୍ର ଓ ପ୍ରଦ୍ୟୁମ୍ନ କୁମାର ଚିନ୍ଦାଙ୍କ ସଂଯୋଜନାରେଏକ ରାଜ୍ୟସ୍ତରୀୟ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସହଦେବ ପଣ୍ଡା, ଶରତ ପାଇକରାଏ,ପବିତ୍ର ଦାସ ଜବାହାରଲାଲ୍ ସୁବୁଦ୍ଧି ମଂଚ ପରିଚାଳନା କରିଥିଲେ । ମୁରଲୀ ପରିଡାଙ୍କ ନିର୍ଦ୍ଦେଶନାରେ ସ୍ୱାଗତସଂଗୀତ ନନ୍ଦନକାନନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ପରିବେଷଣ କରିଥିଲେ । ଉତ୍ସବ ଶେଷରେ ଡଃ ଅର୍ଜୁନବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ-ସତ୍ୟସନ୍ଧାନ)

 

Comments (0)
Add Comment