ଡ୍ରେନେଜ୍ ରୁ ମିଳିଲା ମହିଳାଙ୍କ ମୃତ ଦେହ , ହତ୍ୟା ସନ୍ଦେହ

ଭୁବନେଶ୍ବର:୩୦/୧(ଏସଏସଏନ) ଗୁରୁବାର ଦିନ ଏକ ଦଳ ଭର୍ତ୍ତି ଡ୍ରେନେଜ ମଧ୍ୟରୁ ଜଣେ ମହିଳାଙ୍କ  ମୃତଦେହକୁ ପିପିଲି ପୁଲିସ ଉଦ୍ଧାର କରିଛି।ମୃତା  ମହିଳା ଜଣକ ଭୁବନେଶ୍ବରର ବଡଗଡ ବ୍ରିଟ୍ କଲୋନୀ ଅଞ୍ଚଳର ବୋଲି ମୃତଦେହ ନିକଟରେ ପଡିଥିବା ଏକ ବ୍ୟାଗ୍‌ରୁ ଆଧାର କାର୍ଡକୁ ନେଇ ପୁଲିସ ମୃତା ମହିଳାଙ୍କ ପରିଚୟ  ଜାଣିବାକୁ ପାଇଛି ।ପ୍ରକାଶ ଯେ , ପୁରୀ ଜିଲା ସୀମାବର୍ତ୍ତୀ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ସୋଲଣା ଗ୍ରାମ ନିକଟସ୍ଥ ଏକ ଦଳ ଭର୍ତ୍ତି ଡ୍ରେନେଜ ମଧ୍ୟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡିଥିବା ନେଇ ସେଇ ରାସ୍ତା ଦେଇ ଯାଉଥିବା ଲୋକେ ଦେଖିବାକୁ ପାଇଥିଲେ । ଏହି ଖବର ପଚାର ହେବା ପରେ ଘଟଣାସ୍ଥଳରେ ଦେଖେଣାକାରୀଙ୍କ ଭିଡ ଜମିଥିଲା । ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହର ପ୍ରକୃତ ପରିଚୟ ମିଳିପାରି ନ ଥିଲେ ମଧ୍ୟ ମୃତଦେହ ନିକଟରେ ପଡିଥିବା ଏକ ବ୍ୟାଗ୍‌ରୁ ଆଧାର କାର୍ଡକୁ ନେଇ ପୁଲିସ ମୃତା ମହିଳାଙ୍କ ପରିଚୟ ପାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଆଧାର କାର୍ଡଟି ଭୁବନେଶ୍ବରର ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳର ଜଣେ ମହିଳାଙ୍କର ବୋଲି ସୂଚନା ମିଳିଛି। ତେବେ ମୃତା ମହିଳା ଜଣକ କିଏ ? ଆଧାର କାର୍ଡଟି ମୃତ ମହିଳାଙ୍କର ନା ଆଉ କାହାର । ଯଦି ଆଧାର କାର୍ଡଟି ମୃତ ମହିଳାଙ୍କର ତେବେ ସେ ଏଠାକୁ ଆସିଲେ କେମିତି ? ନା ତାଙ୍କୁ କିଏ ଦୁଷ୍କର୍ମ କରିବା ପରେ  ହତ୍ୟା କରି ଏଠାରେ ଫିଙ୍ଗି ଚାଲି ଯାଇଛି ? ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Comments (0)
Add Comment