ଦୁଇଟି ବାଇକ୍‌କୁ ପିଟିଲା କାର

ବାରଙ୍ଗ,୮/୧୨(ଏସ୍‌ଏସ୍‌ନିୟୁଜ)ତ୍ରିଶୁଳିଆ ଛକ ନିକଟସ୍ଥ କାଠଯୋଡି ନଦୀ ଉପରେ ଥିବା ନେତାଜୀସୁବାଶଚନ୍ଦ୍ରବୋଷ ସେତୁ ଉପରେ ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ କାର ଦୁଇଟି ବାଇକକୁ ଧକ୍କାଦେବାରୁ ଜଣେ ଆହତ ହୋଇଥିବା ବେଳେ ଅନ୍ୟଜଣେ ବାଇକଚାଳକ ଗୁରୁତର ଆହତ ହୋଇଛନ୍ତି ।ଖବରପାଇ ବାରଙ୍ଗଥାନା ପୋଲିସ ପହଁଚି ଘଟଣା ସ୍ଥଳରୁ ଆହତଦ୍ୱୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲକୁ ଚିକିସ୍‌ାପାଇଁ ପଠାଇ ଥିବାବେଳେ କିଛି ସମୟପାଇଁ ରାସ୍ତା ଜାମ ହୋଇଥିବାର ଜଣାପଡଥିଲା ।
ପ୍ରକାସ ଯେ, ଓଡି୩୩ଜେଡ୍‌-୪୦୫୫ନଂ କାରଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବାବେଳେ ନେତାଜୀ ସୁବାଶଚନ୍ଦ୍ରବୋଷ ସେତୁ ଉପରେ ଆଗଚକ ଟି ଫାଟିଯିବାରୁ କାରଟି ଭାରସମ୍ୟ ହୋଇ ଆଗରୁ ଆସୁଥିବା ଦୁଇଟି ବାଇକକୁ ଧକ୍କା ଦେଇଥିଲା ।ଫଳରେ ଓଆର୦୫-ଏଜେ-୫୩୫୬ନଂ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ବାଇକ ଅରୋହୀ ଆହତ ହୋଇଥିଲେ ।ଦୁର୍ଘଟଣା ପରେ ସେତୁ ଉପରେ ସାମୟିକ ଭାବେ ଗାଡିମଟର ଚଲାଚଳରେ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ବାରଙ୍ଗଥାନା ପୋଲିସ ପହଁଚି ଆହତଙ୍କୁ ଚିକିସ୍ ।‌ପାଇଁ କଟକ ବଡ ମେଡି କାଲକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟିକୁ ଜବତ କରିଛି ।ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment