ଏକାଥରକେ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୩/୫(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଅଜି ଏକାଥରକେ ୧୦୧ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ସେମାନଙ୍କ ମଧ୍ୟରେ ଗଞାମରୁ ୫୨ଜଣ,ବାଲେଶ୍ୱରରୁ ୩୩ଜଣ,ଯାଜପୁରରୁ ୭ଜଣ,ସୁନ୍ଦରଗଡରୁ ୭ଜଣ,କେନ୍ଦୁଝରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୫୩୮ରେ ପହଁଚିଛି । ସେଥିମଧ୍ୟରେ ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦,ବାଲେଶ୍ୱରରରେ ୯୦, ଯାଜପୁରରେ ୭୧,ସୁନ୍ଦରଗଡରେ ୨୩,କେଉଁଝରରେ ଆକ୍ରନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧିପାଇିଛି ।ରାଜ୍ୟରେ ୧୧୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଲେ ୪୧୯ଜଣ ବିଭିର୍ଣ କୋଭିଡ ହସ୍‌ପିଟାଲରେ ଚିକିସ୍‌ାଧିନ ରହିଥିବାବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି ।

Comments (0)
Add Comment