ଏକାଠିହୋଇ ଗଛ ଲଗାଇଲେ,ସଚେତନତାର ବାର୍ତା ଦେଲେ

ବାରଙ୍ଗ,୧୪/୭(ଏସଏସନିୟୁଜ)ବୃକ୍ଷ ହିଁ ଜୀବନ।ବୃକ୍ଷ ବିନା ଜୀବ ଜଗତ ତିଷ୍ଟି ରହିବା ଅସମ୍ଭବ।ବୃକ୍ଷ ସହ ମନୁଷ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ସେହି ବୃକ୍ଷ ଯୋଗୁଁ ପରିବେଶ ସନ୍ତୁଳନ ରକ୍ଷା ହୋଇପାରୁଛି।କିନ୍ତୁ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶ ଉପରେ ଏହାର ଘୋର ପ୍ରଭାବ ପଡୁଛି।ଦିନକୁ ଦିନ ଜଙ୍ଗଲମାନ ହ୍ରାସ ପାଇବାରେ ଲାଗିଛି।ଯାହା ମନୁଷ୍ୟ ଓ ଜୀବ ଜଗତ ଉପରେ ଏହାର ପ୍ରଭାବ ପଡୁଛି।ତେଣୁ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଉଛି।ସରକାରଙ୍କ ତରଫରୁ ଲୋକ ଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରାଯାଉଛି।ଏହି ପରିପ୍ରେକ୍ଷୀରେ ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତ ଦୟା ପଶ୍ଚିମ କେନାଲ ପାର୍ଶ୍ଵର ବାରଙ୍ଗ କଲେଜ ସମ୍ମୁଖରେ ବନସପ୍ତାହ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ  ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ କଳାରାହାଙ୍ଗ ମହିମାଆଶ୍ରମର ମୁଖ୍ୟ ରମେଶବାବା ଉଦଘାଟନ କରିଥିଲେ।ଏଥିରେ ମୁଖ୍ୟ ଅତିଥିଭାବେ ନନ୍ଦନକାନନ ଥାନାର ବରିଷ୍ଠ ଏସ. ଆଇ ନବଘନ ମଲ୍ଲିକ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ କର୍ମଚାରୀ ଅଜୟ ଲେଙ୍କା,ବାରଙ୍ଗ କଲେଜ ଅଧ୍ୟାପକ ଶିବପ୍ରସାଦ ପ୍ରଧାନ, ପ୍ରକୃତି ପ୍ରେମୀ ବସନ୍ତ କୁମାର ମହାପାତ୍ର,ଗଛ ମଣିଷ ଦେବେନ୍ଦ୍ରନାଥ ସାହୁ,କାର୍ତ୍ତିକ ବେହେରା, ସମାଜ ସେବା ତଥା ପରିବେଶ ପାଇଁ ନିଜକୁ ଉତ୍ସର୍ଗ କରିଥିବା ଅଞ୍ଚଳର ସାମ୍ବାଦିକ ତଥା ବାରଙ୍ଗପ୍ରେସକ୍ଲବର ଉପସଭାପତି ତ୍ରିଲୋଚନ ଦାସ,ସାମ୍ବାଦିକ ଗୌତମ ରାଉତ,ଅଜୟ ରାଉତ,ପ୍ରଶାନ୍ତ କୁମାର ସାହୁ, ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରେରଣା ସାଜିଥିବା ସମାଜସେବୀ ଦିଲିପ୍ କୁମାର ପାଣି ପ୍ରମୁଖ ସହଯୋଗ କରିଥିଲେ।ଏହି କାର‌୍ୟ୍ୟକ୍ରମରେ ୫୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଗଛ ଯଥା – ନିମ୍ବ,ଶାଗୁଆନ,ଆକାସିଆ ଆଦି ବୃକ୍ଷରୋପଣ କରାଯାଇଥିଲା। ବାରଙ୍ଗରୁ –ଗୈାତମ ରାଉତଙ୍କ ରିପୋର୍ଟ ।

Comments (0)
Add Comment