ଏମାରମଠରେ ଖୋଦନ ପରେ ମିଳିଲା ଲୁହାଖଣ୍ଡ

ପୁରୀ,୪/୨(ଏସଏସନିଉଜ)ପୁରୀ ଏମାର ମଠ’ରେମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଆଜି ଖୋଦନ ହୋଇଥିଲାବେଳେ କୌଣସି ରୁପା ଇଟା ମିଳି ନଥିବାବେଳେ କେବଳ ଗୋଟିଏ ଲୁହା ଖଣ୍ଡ ମିଳିଥିବାର ଜଣାପଡିଛି ।ମେଟାଲ ଡିଟେକ୍ଟର ସାହାଯ୍ୟରେ ଟିକିନିଖି ଯାଞ୍ଚ ପରେ ପୂର୍ବ ଚିହ୍ନିତ ୩ଟି ସ୍ଥାନକୁ ଖୋଳାଯାଇଥିଲା । ଦେବୋତ୍ତର ବିଭାଗ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ଏହି କାର‌୍ୟ୍ୟ କରାଯାଇଥିଲା ।

Comments (0)
Add Comment