ଏଥର ମିଳିବ କରୋନା ଔଷଧ

ନୂଆଦିଲ୍ଲୀ,୧୨/୯(ସତ୍ୟସନ୍ଧାନ ଡେସ୍କ )ପ୍ରେସ୍‌କ୍ରିପ୍‌ସନ୍ ଥିଲେ କିଣି ହେବ କରୋନା ଔଷଧ।କରୋନା କିଣାବିକା ପାଇଁ ଆବଶ୍ୟକ ହେବ ପ୍ରେସ୍‌କ୍ରିପସନ୍ ଏବଂ ଅନୁମତିପତ୍ର। ବ୍ୟବହାରକାରୀ ରୋଗୀ କିମ୍ବା ସମ୍ପର୍କୀୟ ଅନୁମତିପତ୍ର ଔଷଧ ଦୋକାନୀଙ୍କୁ ଦେବାକୁ ପଡ଼ିବ। ଔଷଧ ଦୋକାନୀ ପ୍ରେସ୍‌କ୍ରିପ୍‌ସନ୍ ଓ ଅନୁମତିପତ୍ରର ଜେରକ୍ସ ରଖି କରୋନା ଔଷଧ ଦେଇପାରିବେ ବୋଲି ସୂଚନା ମିଳିଛି।ସାଧାରଣରେ କରୋନା ଔଷଧ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଲା ।ଏଥର ବଜାରରେ ଉପଲବ୍ଧ ହେବ କରୋନା ଔଷଧ।ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପ୍‌ସନ୍ ଥିଲେ କିଣି ହେବ କରୋନା ଔଷଧ।ଫେଭିପିରାଭିର୍ ଟାବ୍‌ଲେଟ୍‌ ଓ ରେମ୍‌ଡେସିଭିର ଇଞ୍ଜେକ୍‌ସନ୍ ବିକ୍ରିକୁ ମଧ୍ୟ ଅନୁମତି ଦିଆଯାଇଛି। , ଥଣ୍ଡା, ଜ୍ବର, କାଶ କିମ୍ବା କରୋନା ଲକ୍ଷଣ ଦେଖା ଦେଲେ କିମ୍ବା କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଘରେ ରହି ଏହି ଔଷଧ ଖାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।କରୋନା ଆକ୍ରାନ୍ତ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବହାର କରାଯାଇପାରିବ।

Comments (0)
Add Comment