ଫ୍ୟାନରେ ଝୁଲିଲେ ଯୁବକ

ବାରଙ୍ଗ୨୯/୨(ଏସଏସନିୟୁଜ) ବାରଙ୍ଗଥାନା ଅର୍ନ୍ତଗତ ବେଂଟକାରପଡା ଗ୍ରାମର ବିଜନଭୁୟାଁ ଓରଫ ବିଜୁ (୨୬) ନାମକ ଯୁବକ ଶୁକ୍ରବାରରାତିରେ ଆମ୍‌ହତ୍ୟା କରିଛନ୍ତି ।ଆମ୍‌ହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଶନିବାର ସକାଳେ ସେ ଫ୍ୟାନରେ ରଶି ଲଗାଇ ଆମ୍‌ହତ୍ୟା କରିଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ ।ସବିଦିନ ଭଳି ବିଜନ ଶୁକ୍ରବାର ରାତିରେ ଖାଇପିଇ ସାରି ଅର୍ଦ୍ଧନିର୍ମିତ କୋଠାଘରେ ଶୋଇଥିଲେ । ଶନିବାରଦିନ ସକାଳେ ବିଜନ ଉଠିବା ଡେରି ହେବାରୁ ପରିବାର ଲୋକ ଶୋଇବା ଘରକୁ ଯାଇ ବିଜନ ଏକ ରଶିରେ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ । ସଙ୍ଗେସଙ୍ଗେ ବିଜନକୁ ଫ୍ୟାନରୁ ତଳକୁ କାଢିବା ପରେ ସେ ମୃତ୍ୟୁବରଣ କରିଥିବାର ଜାଣିବାକୁ ପାଇଥିଲେ ।ଏବିଷୟରେ ପରିବାରଲୋକଙ୍କଠାରୁ ଖବରପାଇ ବାରଙ୍ଗଥାନା ପୋଲିସ ଆସି ଏକ ଅପମୃତ୍ୟୁ ମାମଲାରୁଜୁକରି ଶବବ୍ୟବଛେଦ ପାଇଁ ପଠାଇଥିଲେ ।ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

Comments (0)
Add Comment