ଫୁଟିଲା ଗୁଳି,ହେଲା ଏନକାଉଂଟର,ଧରାହେଲା ଜଣେ

ଭୁବନେଶ୍ୱର.୧୧/୧୨-ବାରଙ୍ଗ ନରାଜର କୃଷକବଜାରେ ବିଳମ୍ଭିତ ରାତିରେ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାକୁ ଯାଇ ପୋଲିସ ଓ ଡକାୟତଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ।ଏନକାଉଂଟରରେ ଜଣେ ଡକାୟତ ଆହତ ହୋଇ ଧରାପଡିଥିବାବେଲେ ଅନ୍ୟଦୁଇଜଣ ଫେରାର ହୋଇଯାଇଛନ୍ତି ।
ଚୈ।ଦ୍ୱାର କଲେଜ ପାଖରେ ଥିବା ଏକ ସୁନାଦୋକାନରୁ ଡକାୟତି କରିବାକୁ ୧୧ଜଣ ଦୁର୍ଦ୍ଦାନ୍ତ ଡକାୟତ ସୋମବାର ରାତିରେ କରିଥିଲେ ଯୋଜନା । ଏହି ଖବର ଚୈ।ଦ୍ୱାର ପୋଲିସ ପାଖରେ ପହଁଚିଥିଲା । ।ଚୈ।ଦ୍ୱାର ପୋଲିସ ଓ ସ୍ପେସାଲସ୍ୱାର୍ଡର ମିଳିତ ଅପରେସନ ଦ୍ୱାରା ୮ଜଣ କୁ ଧରିଥିଲେ । ନିଜକୁ ବଂଚାଇବାକୁ ଯାଇ ପୋଲିସ ଉପରକୁ ଫାଇରିଙ୍ଗ୍ କରି ଖସିଯାଇଥିଲେ ୩ଜଣ ଡକାୟତ ।ଏହାଦ୍ୱାର ଦୁଇଜଣ ପୋଲିସ ଆହତ ହୋଇଥିଲେ ।

ଆଜି ବଡିଭୋରସମୟରେ ନରାଜ କୃଷକବଜାରରେ ଥିବା ମାର୍କେଟ କମ୍ପେ୍ଲସରେ ୩ଜଣ ଡକାୟତ ଲୁଚିଥିବାର ଖବରପାଇ ଏହ ମିଳିତ ଟିମ ପୁଣି ଚଢାଉ କରିଥିଲେ । ପୁଣି ଆରମ୍ଭ ହୋଇଥିଲା ଗୁଳିମାଡ । ଫଳରେ ଦୁଇଜଣ ଡକାୟତ ଖସିପଳାଇବାରେ ସକ୍ଷମ ହୋଇଥିବବେଳେ ପୋଲିସର ହାତରେ ଧରାପଡିଥିଲା ସଚିନପାଓାର ଓରଫ ବବୁଲ ନାମକ ଯୁବକ ।ସେ ନିଜକୁ ବଂଚାଇବାକୁ ଯାଇ ପୋଲିସ ଉପରକୁ ଗୁଳିମାଡ କରିଥିଲା । କିନ୍ତୁ ପୋଲିସର ପାଲଟା ଗୁଳିମାଡରେ ତାର ଡାହଣଗୋଡରେ ଗୁଳି ବାଜିବାରୁ ବନ୍ଧୁକପକାଇ ତଳେପଡିଯିବାରୁ ପୋଲିସ ହାତରେ ଧରାପଡିଥିଲା  ।  ଘଟଣାସ୍ଥଳରୁ ବନ୍ଧୁକ ସହ ୫ଟି ଗୁଳିକୁ ପୋଲିସ ଜବତ କରି ଆହତଙ୍କୁ ଚିକିସ୍। ପାଇଁ ଏସସିବିରେ ଭର୍ତିକରିଛନ୍ତି । ତାଲଚେର,ପୁରୀ,ରାଉରକେଲା, ଭୁବନେଶ୍ୱର ,ବାରିପଦା, ବ୍ରହ୍ମପୁର ସହ ରାଜ୍ୟର ବିଭିର୍ଣ ଜିଲ୍ଲାରେ ଡକାୟତ ଘଟଣାରେ ଏହି ଗ୍ୟାଙ୍ଗ୍ ସମ୍ପୃକ୍ତଥିବାର ପୋଲିସ ଜାଣିବାକୁ ପାଇଛି ।

Comments (0)
Add Comment