ଗାନ୍ଧୀ ପୀଠରେ ପ୍ରତୀକ ସତ୍ୟାଗ୍ରହ

ଡେଲାଙ୍ଗ,୧/୮(ଏସ॰ଏସ॰ନିୟୁଜ )ଗାନ୍ଧିଆନ କଲେକ୍ଟିଭ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ଗରିବଙ୍କ ପାଇଁ ରାଜନୀତି (ପଲିଟିକ୍‌ସ ଫର ଦି ପୋର୍‌) ସଚେତନତା ଅଭିଯାନ ଆନୁକୂଲ୍ୟରେ ବେରବୋଇ ମହାତ୍ମା ଗାନ୍ଧୀ ସ୍ମୃତି ପୀଠ ପରିସରରେ ୫୬ତମ ସତ୍ୟାଗ୍ରହୀ ଅନାମ ଚରଣ ମଲ୍ଲିକ ୨୪ ଘଣ୍ଟିଆ ପ୍ରତୀକ ସତ୍ୟାଗ୍ରହ କରିଛନ୍ତି । ବ୍ଳକ୍ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଡାକ୍ତର କ୍ଷେତ୍ରବାସୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତ୍ୟାଗ୍ରହ ଶୁଭାରମ୍ଭ ସମାବେଶର କସ୍ତୁରବା ଟ୍ରଷ୍ଟ ସଂଚାଳିକା କବିତାରାଣୀ ପରିଡ଼ା, ସହ ସଞ୍ଚାଳିକା ଜୟନ୍ତୀ ବିଶ୍ୱାଳ, ସାମାଜିକ କର୍ମୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଓ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ କୋଭିଡ୍ ସୁରକ୍ଷା କଟକଣାରେ ଜନ୍ମସ୍ଥାନକୁ ଫେରନ୍ତା ପ୍ରବାସୀ ଶ୍ରମିକ ଓ ବୃତ୍ତିଧାରୀଙ୍କ ନିଯୁକ୍ତି ପାଇଁ ମହାତ୍ମାଙ୍କ କଳ୍ପିତ କୁଟୀରଶିଳ୍ପ ଓ ଗ୍ରାମୋଦ୍ୟୋଗର ପୁନଃପ୍ରଚଳନ ସହ ଅସ୍ପୃସ୍ୟତା ଦୂରିକରଣ କ୍ଷେତ୍ରରେ ଗାନ୍ଧୀଙ୍କ ଚିନ୍ତାଧାରାର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ ।

Comments (0)
Add Comment