ଗଞ୍ଜାମ ପୁଲିସକୁ ସଫଳତା

ଅସ୍ତ୍ରଶସ୍ତ୍ର ଜବତ ,୧୮ଗିରଫ

ଭୁବନେଶ୍ୱର,୪ା୫(ଏସଏସନିଉଜ) ଗଞ୍ଜାମରେ ଆତଙ୍କ ସୃଷ୍ଟି କରିବାକୁ ଯାଉଥିବା ଏକ ବଡ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଗଞ୍ଜାମ ପୁଲିସ ଧରିବା ସହ ଅପରାଧୀଙ୍କ ଉଦ୍ୟମକୁ ପଣ୍ଡ କରିଛି । ଗଞ୍ଜାମ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ଶେରଗଡ, ଭଞ୍ଜନଗର, ପୋଲସରା, କୋଟିନଡା, ଆସିକା ଓ ଚମାଖଣ୍ଡି ଆଦ ୬ଟି ଥାନା ଇଲାକାରେ ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବାସହ ସେମାନଙ୍କଠାରୁ ୧୭ଟି ବନ୍ଧୁକ ଓ ୬୬ଟି ଜୂବନ୍ତ ଗୁଳି ଜବତ କରାଯାଇଛି।

Comments (0)
Add Comment