ଗ୍ୟାସ୍ କଟରରେ କାଟି ATMରୁ ନେଇଗଲେ ୨୮ ଲକ୍ଷ

ଭୁବନେଶ୍ୱର,୧୧/୧୦(ଏସ ଏସ ନିୟୁଜ )ରାଜଧାନୀ ଭୁବନେଶ୍ୱରରେ ମାତିଲେ ATM ଲୁଟେରା। ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ATMରୁ ୨୮ ଲକ୍ଷ ଟଙ୍କା ଲୁଟି ନେଇ‌ଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି।ଘଟଣାସ୍ଥଳରେ ଇନଫୋସିଟି ପୋଲିସ୍ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରି ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଥିବାର ଜଣାପଡିଛି।

Comments (0)
Add Comment