ଘରକୁ ଫେରୁଥିବା ଶ୍ରମିକ କପାଳରେ ପୋଲିସ ଲେଖିଲା –ମୋଠାରୁ ଦୁରେଇ ରୁହ, ମୁଁ ଲକ୍ ଡାଉନ ଉଲ୍ଲଘଂନ କରିଛି

ଭୁବନେଶ୍ୱର୨୯/୩(ଏସଏସନିୟୁଜ)ମଧ୍ୟପ୍ରଦେଶ ପୋଲିସର ଏକ ଭିଡିଓ ସାମ୍ନାକୁ ଆସିଛି ।ଏହି ଭିଡିଓଟି ବହୁଳଭାବେ ଭାଇରାଲ୍ ହେବାରେ ଲାଗିଛି ।ଏଥିସହ ମଧ୍ୟପ୍ରଦେଶ ପୋଲିସକୁ ନିନ୍ଦା ମଧ୍ୟ କରାଯାଇଛି ।ଏହି ଭିଡିଓରେ ଜଣେ ମହିଳାପୋଲିସକର୍ମି ଘରକୁ ଫେରୁଥିବା ଶ୍ରମିକଙ୍କ କପାଳରେ ଲେଖିଛନ୍ତି ମୋଠାରୁ ଦୁରରେ ରୁହ,ମୁଁ ଲକ୍ ଡାଉନ ଉଲ୍ଲଂଘନ କରିଛି ।ଏହି ଘଟଣାରେ ଛତରପୁର ଜିଲ୍ଲାର ଗୈାରୀହାର ପୋଲିସ ଷ୍ଟେସନର ହୋଇଥିବାର ଜଣାପଡିଛି । ଉତରପ୍ରଦେଶରୁ ୩ଜଣ ଶ୍ରମିକ ଆସିଥିଲେ ।ସେମାନେ ନିଜ ଘରକୁ ଯାଉଥିଲେ ।ପୋଲସ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯଥା ପିଏଚ୍‌ସିକୁ ଯାଂଚ ପାଇଁ ପଠାଇଥିଲା । ଏହିଲୋକମାନେ ଡାକ୍ତରକୁ ଅପେକ୍ଷାକରି ଥିବାେଳେ ଜଣେ ମହିଳା ପୋଲିସ ଲକ୍ ଡାଉନ୍ ଭାଙ୍ଗିଥିବାର ଅଭିଯୋଗ କରି ସେମାନଙ୍କୁ ଗାଳି ଦେଇଥିଲେ ।ଏହାପରେ ପେନ୍ ସାହାର୍ଯ୍ୟରେ ସେମାନଙ୍କ କପାଳରେ ମୋଠାରୁ ଦୁରରେ ରୁହ, ମୁଁ ଲକ୍‌ଡାଉନ ଉଲ୍ଲଂଘନ କରିଛି ଲେଖିଥିଲେ ।

Comments (0)
Add Comment