ଗୋବିନ୍ଦପୁର ଗାଁରେ ୧୨୦ଟି କୁକୁଡ଼ା ମୃତ୍ୟୁ

ଖୋର୍ଦ୍ଧା,୭/୧(ଏସଏସନିୟୁଜ) ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ପଂଚାୟତର ଗୋବିନ୍ଦପୁର ଗାଁରେ ୧୨୦ଟି କୁକୁଡ଼ା ମୃତ୍ୟୁ ହେବାର ରିପୋର୍ଟ ମିଳିଥିଲା। ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ଜିଳ୍ଲାସ୍ତରୀୟ ତ୍ୱରିତ୍ କାର୍ଯ୍ୟକାରୀ ଦଳର ସଦସ୍ୟମାନେ ତୁରନ୍ତ ସେଠାରେ ପହଂଚି କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ କୁକୁଡ଼ାଙ୍କ ମଧ୍ୟରୁ ୫ଟିକୁ ପରୀକ୍ଷଣ ନିମନ୍ତେ ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଥିଲା। ସମସ୍ତ ୫ଟି ନମୁନାର ପରୀକ୍ଷା ପରେ କୌଣସିଟିରେ ଏହି ରୋଗର ଲକ୍ଷଣ ମିଳିନାହିଁ। ସମସ୍ତ ମୃତ କୁକୁଡ଼ାଗୁଡ଼ିକୁ ଗଭୀର ଗାତରେ ବିଶୋଧକ ପ୍ରୟୋଗ କରି ପୋତିଦିଆଯାଇଛି।

Comments (0)
Add Comment