ଗୋଡିସାହି ବିଦ୍ୟୁତ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ବିଦ୍ୟୁତ ଶୁଳ୍କ ମୂଲ୍ୟବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଗୋଡିସାହି ବିଦ୍ୟୁତ ଅଫିସ୍ ସମ୍ମୁଖରେ ବିକ୍ଷୋଭ
ବାରଙ୍ଗ,୭/୧୦(ଏସ ଏସ ନିୟୁଜ ) କରୋନା ରିସ୍ଥିତିରେ ଜନସାଧାରଣ ସମସ୍ତ ଦିଗରୁ ଖରା ପରିସ୍ଥିତିରେଥିବାବେଳେ ସରକାର କରୋନା କଟକଣାର ଆଳରେ କରୋନାକୁ ଢାଲ କରି ସମସ୍ତପ୍ରକାର ଜନବିରୋଧି ନୀତି ଆଣି କମ୍ପାନୀମାନଙ୍କର  ମୁନାଫା ଅର୍ଜନର ସୁଯୋଗ ସୃଷ୍ଟି କରୁଛନ୍ତି । ଏହିଭଳି ଏକ ଭୟଙ୍କର ପରିସ୍ଥିତିରେ ଲୋକଙ୍କ ବିରୁଦ୍ଧରେ କମ୍ପାନୀପାଇଁ କାମ କରୁଛନ୍ତି । ଦୀର୍ଘ ଛଆମାସରୁ ଉର୍ଦ୍ଧ କଟକଣାଭିତରେ ସାଧାରଣ ଲୋକଙ୍କ ଆର୍ଥିକ  ମେରୁଦଣ୍ଡ ସଂପୂର୍ଣ୍ଣ ଭୁଷୁଡି ପଡିଛି । ଲୋକମାନଙ୍କର ଅସହୟତା ଓ ଦୁର୍ଦ୍ଦିନ ସମୟରେ ସରକାର ଲୋକଙ୍କପାଖରେ ଜନଗଣଙ୍କ  ସହାୟତା ହାତ ବଢାଇବା ପରିବର୍ତେ  କମ୍ପାନୀ କେଇଉ ସାହଯୋଗ କରିଚାଲିଛି  ।ଗୋଟିଏ ପଟରେ ଲକ୍ଷ ଲକ୍ଷ ଲୋକ କର୍ମସଂସ୍ଥାନ ହରାଉଛନ୍ତି, ରୋଜଗାର ନାହିଁ, ଦିନ ମଜୁରିଆଠାରୁଆରମ୍ଭ କରି ମଧ୍ୟବିତ୍ତ ପର୍ଯ୍ୟନ୍ତ ହାହାକାରମୟ ପରିସ୍ଥିତି ମଧ୍ୟରେ ଗତି କରୁଛନ୍ତି । ବିଜୁଳି ଏକ ସେବା କ୍ଷେତ୍ର ଏହାକୁ କମ୍ପାନୀକୁ
ଟେକି ଦେଇ ବ୍ୟବସାୟ କ୍ଷେତ୍ର କରିବା ସୂଂର୍ଣ୍ଣ ଜନବିରୋଧି ପଦକ୍ଷେପ ବୋଲି ଏସ୍‌.ୟୁ.ସି.ଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ କୁହାଯାଇଛି । ଏଥିରୁ କ୍ଷାନ୍ତ ରହି ସରକାର ଜନବିରୋଧି ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବା, ଟାଟା କମ୍ପାନୀ ଅଧିନରୁ ବିଜୁଳି ସେବା କ୍ଷେତ୍ରକୁ ଆଣି ସରକାର ନିଜଅଧିନରେ ପରିଚାଳନା କରିବା, ଅଘୋଷିତ ଘନ ଘନ ବିଜୁଳିକାଟ ବନ୍ଦ କରିବା ସହିତ ଲୋ-ଭୋଲଟେଜ ଓ ନିମ୍ନମାନରବିଜୁଳି ଯୋଗାଣ ବନ୍ଦ କରିବା, ମିଟର ରିଡିଙ୍ଗ ଓ ବିଲର ତ୍ରୁଟି ବିଚ୍ୟୁତି ଦୂର କରିବା ଓ ଉପଭୋକ୍ତା ମାନଙ୍କୁ ରିହାତି ସମୟ୭ଦିନ ପରିବର୍ତ୍ତେ ୧ ମାସ କରିବା ପ୍ରମୁଖ ଦାବି ଏସ୍‌.ୟୁ.ସି.ଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ କରାଯାଇଛି ।ବିକ୍ଷୋଭ ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତହୋଇଥିଲା । ଶେଷରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୱରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

 

Comments (0)
Add Comment