ଗୁଗୁଲ ବିନିଯୋଗ କରିବ ୭୫,୦୦୦ କୋଟି ଟଙ୍କା

ଆଜି ସକାଳର ଖବର, ଆଜିର,ତାରିଖ ୧୪/୦୭/୨୦,ମଙ୍ଗଳବାର
୧-ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୮୮.୭୮ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।
୨-ଆସନ୍ତା ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
୩-ମୁମ୍ୱାଇରେ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଔଷଧ ଫାଭିପିରାବିରର ଦାମ କମାଇଛି।
୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆର ସ୍ବପ୍ନକୁ ପୂରଣ କରିବା ପାଇଁ ଗୁଗୁଲ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି ।
୫-ସୋମବାର ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୭୩୭।।ରାଜ୍ୟରେ ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୯୨୫୫କୁ ବୃଦ୍ଧି ପାଇଛି ।
୬-ସମ୍ବଲପୁର ବିଶ୍ୱବିଦ୍ୟାଳୟ ୨୦ ଯାଏ ଓ ଭିସୁଟ୍ ୧୮ ଯାଏ ବନ୍ଦ ।
୭-ବିଶାଖାପାଟନମର ଫାର୍ମା ସିଟିରେ ଅଗ୍ନିକାଣ୍ଡ ; ୧୭ଟି ଭୟଙ୍କର ବିସ୍ଫୋରଣ, ଲୋକେ ଆତଙ୍କିତ।
୮-କରୋନା ଆକ୍ରାନ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ, ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବେ ସରକାର।
୯-ବିଜୁ ଜନତା ଦଳର ପୁଣି ନୂଆ ନିଯୁକ୍ତି, ଏଥର ୧୮ ଜଣ ନେତ୍ରୀଙ୍କୁ ଦିଆଗଲା ଜିଲ୍ଲା ମହିଳା ସଂଗଠନ ଦାୟିତ୍ବ।
୧୦-ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା।

Comments (0)
Add Comment