ଗୋଟିଏ ଦିନର ପ୍ରଧାନମନ୍ତ୍ରୀ

ଖବର ଆଜିର,ତାରିଖ ୦୮/୧୦/୨୦ ଗୁରୁବାର।
୧-ଇଣ୍ଡିଆନ୍ ପ୍ରିମିୟର ଲିଗ୍‌-୨୦୨୦ : ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ‌।
୨-୧୬ ବର୍ଷୀୟ ଯୁବତୀ ଗୋଟିଏ ଦିନ ପାଇଁ ହେଲେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ, ମହିଳା ସଶକ୍ତିକରଣ ଉପରେ ଦେଲେ ଜୋର।
୩-ୟୁଜିସି ଜାରି କଲା ଦେଶର ୨୪ଟି ବିଶ୍ବବିଦ୍ୟାଳୟ ତାଲିକା : ଓଡ଼ିଶାରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ।
୪-ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ପ୍ରତ୍ୟାହାର ଦାବି : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି।
୫-ଷ୍ଟାର୍ ଦମ୍ପତି ଅନୁଭବ-ବର୍ଷା ବିବାଦ : ଶୁଣାଣି ପାଇଁ ପିଟିସନ ଗ୍ରହଣ କଲେ ଦିଲ୍ଲୀର ପଟିଅ‌ାଲା କୋର୍ଟ।
୬–ଗୁୱାଙ୍ଗଝୋରୁ ଫେରିବେ ଭାରତୀୟ ; ୨୩ରେ ଯିବ ଏୟାର୍‍ ଇଣ୍ଡିଆ ବିମାନ।
୭-ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା।
୮-୨୦ ବର୍ଷରେ ମୋଦୀଙ୍କ ‘୨୦ ଯୋଜନା’: ବିଜେପି ପ୍ରକାଶ କଲା ’ହର ସାଲ୍ ଖାସ’ ଶୃଙ୍ଖଳା
୯-୨୮ ଦିନ ଜେଲ୍ ପରେ ମୁକୁଳିଲେ ରିୟା । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ହାଇକୋର୍ଟଙ୍କ ସର୍ତମୂଳକ ଜାମିନ ।
୧୦-ଗାଁ ଛାଡ଼ିବାକୁ ଚାହୁଁଛନ୍ତି ହାଥରସ ପୀଡ଼ିତାଙ୍କ ପରିବାର; କେହି ପଚାରୁ ନଥିବା ବେ‌ଳେ ମିଳୁଛି ଧମକ।
୧୧-ସୁରକ୍ଷା ପାଇଁ ସିସିଟିଭି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ହାଥରସ ପୀଡିତା ପରିବାରକୁ କଡା ସୁରକ୍ଷା । ଘରେ ଲାଗିଲା ମେଟାଲ ଡିଟେକ୍ଟର ଓ ସିସି କ୍ୟାମେରା ।
୧୨-ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ତେଜସ୍ ଏକ୍ସପ୍ରେସ ଅକ୍ଟୋବର ୧୭ ରୁ ଟ୍ରାକକୁ ଫେରିବ।
୧୩-୫ଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଗୁରୁତ୍ବପୂର୍ଣ୍ଣ ସାଇବର୍ ସିକ୍ୟୁରିଟି ଚୁକ୍ତି ଚୂଡ଼ାନ୍ତ କଲେ ଭାରତ ଓ ଜାପାନ।
୧୪-ରାମମନ୍ଦିର ପାଇଁ ଅଯୋଦ୍ଧାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି।
୧୫-ଆୟକର ବିଭାଗର ନଜରରେ ଶଶିକଳାଙ୍କ ସଂପତ୍ତି, ପୁଣି ଜବତ କଲା ୨ ହଜାର କୋଟିର ମୂଲ୍ୟବାନ ଜମି।
୧୬-ପେଟ୍ରୋଲ୍ ପମ୍ପରେ ଭୟଙ୍କର ବିସ୍ଫୋରଣ : ଥରିଲା ରାଜଧାନୀ-: ନିଜ ତରଫରୁ ଅପରାଧିକ ମାମଲା ରୁଜୁ କଲା କମିସନରେଟ୍ ପୁଲିସ୍‌।
୧୭-ପୂର୍ବତନ ସିବିଆଇ ନିର୍ଦେଶକ ତଥା ନାଗାଲାଣ୍ଡ୍‌ର ପୂର୍ବତନ ରାଜ୍ୟପାଳ ଅଶ୍ବିନୀ କୁମାରଙ୍କ ଆତ୍ମହତ୍ୟା: ପୁଲିସ।

 

Comments (0)
Add Comment