ଗ୍ରାମରକ୍ଷୀ ଘରୁ ମିଳିଲା ଗଂଜେଇ

ବୌଦ୍ଧ,୮/୯(ଏସ ଏସ ନିୟୁଜ) ଖୁଣ୍ଟବନ୍ଧ ଗ୍ରାମର ଗ୍ରାମରକ୍ଷୀ ଗୌର ମହାନନ୍ଦିଆଙ୍କ ଘରୁ ୨ଟି ବସ୍ତାରେ ଥିବା ୨୫ କିଲୋଗ୍ରାମ ଓଜନର ଗଂଜେଇକୁ ଜବତ କରିଛି ଅବକାରୀ ବିଭାଗ | ମଙ୍ଗଳବାରଦିନ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା | ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଡ. ଶାନ୍ତନୁ ଦାସଙ୍କ ନେତୃର୍ବରେ ଏକ ଟିମ ଖୁଣ୍ଟ ବନ୍ଧ ଗ୍ରାମରକ୍ଷୀ ଗୌର ମହାନନ୍ଦିଆଙ୍କ ଘରେ ଚଢାଉ କରି ୨୬ କିଲୋଗ୍ରାମ ଓଜନର ଗଂଜେଇ ଜବତ ସହ ଗ୍ରାମରକ୍ଷୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି |

Comments (0)
Add Comment