ହାତୀଶାଳରେ ପାଳନ ହେବ ହସ୍ତୀଦିବସ

ବାରଙ୍ଗ,୧୧/୮(ଏସ୍‌.ଏସ୍‌.ନିୟୁଜ)ବୁଧବାର ଦିନ ବିଶ୍ୱବିଖ୍ୟାତ ନନ୍ଦନକାନନ ପାଳିବ ବିଶ୍ୱହସ୍ତୀଦିବସ । କରୋନା ପାଇଁ ସବୁ କିଛି ଫିକା ପଡିଯାଇଛି ।ନନ୍ଦନକାନନ ମଧ୍ୟ ବନ୍ଦ ରହିଛି ।ଏହାଭିତରେ ପାଳନ ହେବ ବିଶ୍ୱହସ୍ତୀଦିବସ ।ହାତୀଶାଳରେ ଏହାକୁ ପାଳିବାକୁ କର୍ତୁପକ୍ଷ ନିଷ୍ପତି ନେଇଛନ୍ତି । ନନ୍ଦନକାନନରେ ଥିବା ହାତୀ ମାମା,ବସନ୍ତୀ,ପ୍ରେମା,ହୀରା ଏଥର ଗେଟ୍ କମ୍ପେ୍ଲସକୁ ଆସି ଅତିଥିମାନଙ୍କୁ ଅପେକ୍ଷା କରିବେନି ।ନା ତାଙ୍କ ଶରୀରକୁ ରଙ୍ଗବେରଙ୍ଗ ଚକଖଡିରେ ଚିତ୍ର ଅଙ୍କାଯିବ ନା ଶରୀରରେ ପଡିବ ପିପିଲି ଚାନ୍ଦୁଆ,ନା ରହିବେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ । କେବଳ ହାତୀଶାଳରେ ସେମାନଙ୍କ ପାଖକୁ ଯିବ ସୁସ୍ୱାଦ ଖାଦ୍ୟ ।ହାତୀଶାଳରେ ଅପେକ୍ଷା କରି ରହିଥିବା ୭ଜଣ ମାହୁନ୍ତଙ୍କୁ ନୁଆ ପୋଷାକ ସହ ପୁରସ୍କାରରାଶି ପ୍ରଦାନ କରିବେ କର୍ତୁପକ୍ଷ ।ହାତୀଶାଳରେ ହିଁ ପାଳନ ହେବ ବିଶ୍ୱ ହସ୍ତୀଦିବସ ।ଅନ୍‌ଲାଇନରେ କୁଇଜ ପ୍ରତିଯୋଗୀତା କରାଯିବ ।କରୋନା କଟକଣା ପାଇଁ ସରକାରୀ ଗାଇଡଲାଇନ ରହିଥିବାରୁ ବିନା ସମାଗମରେ ବିଶ୍ୱହସ୍ତୀଦିବସ ପାଳନ କରାଯିବ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳକୁମାରଆଚାର୍ଯ୍ୟ କହିଛନ୍ତି ( ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ )

Comments (0)
Add Comment