ହତ୍ୟାକାରୀକୁ ଗିରଫ ଦାବୀରେ ଥାନା ଘେରାଉ

ଭୁବନେଶ୍ୱର,୨୦/୧(ଏସ୍‌ଏସ୍‌ନିୟୁଜ) ଗତ୧ ତାରିଖରେ ସୁନୀଲସେଠୀ ନାମକ ଜଣେ ଦଳିତ ଯୁବକର ମୃତଦେହ ଚନ୍ଦ୍ରଶେଖରପୁରସ୍ଥିତ ବର୍ଷାଭିଲ୍ଲାରେ ଆପାର୍ଟମେଂଟ ନିକଟରୁ ମିଳିଥିଲା ।ପୋଲିସ ଏହି ଘଟଣାରେ ୨୭୯୪/୧୯ନଂ କେଶ ରୁଜୁକରି କୈାଣସି କାର୍ଯ୍ୟାନୁଷ୍ଠାନ ନନେବା ସହ ହତ୍ୟାକାରୀଙ୍କୁ ଗିରଫ ନକରିବା ପ୍ରତିବାଦରେ ସୋମବାରଦିନ ୟୁନିଭର୍ସାଲ ବୁଦ୍ଧ ଫାଉଣ୍ଡେସନ ଓ ତାର ସହଯୋଗୀ ଅନୁଷ୍ଠାନ ମାନଙ୍କଦ୍ୱାରା ଚଦ୍ରଶେଖରପୁର ଥାନାକୁ ଘେରାଉ କରାଯାଇଥିଲା ।ଏକ ଶୋଭାଯାତ୍ରାରେ ଡମଣା ଛକଠାରୁ ଆସି ଥାନା ଆଗରେ ବିକ୍ଷୋଭ କରିଥିଲେ ।
ମୃତକଙ୍କ ପିତା ଗଡରୋଢଙ୍ଗ ବ୍ରହ୍ମଗିରିର ବାବାଜି ସେଠୀ ଓ ୟୁନିଭର୍ସାଲ ବୁଦ୍ଧ ଫାଉଣ୍ଡେସନ ର ସମ୍ପାଦକ ପ୍ରଫୁଲକୁମାରଜେନା କରିଥିବା ଅଭିଯୋଗ ଅନୁଯାୟୀ ।ସୁନୀଲସେଠୀ ଗାଡିମାଲିକଙ୍କ ପାଇଁ ନଡିଆନେଇ ଆସୁଥିଲେ ଓ ଗାଡିମାଲିକଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ରହୁଥିବା ଏସଖାଁଙ୍କ ପରିବାରକୁ ଧରି ଚନ୍ଦ୍ରଶେଖରପୁରସ୍ଥିତ ବର୍ଷାଭିଲ୍ଲାରେ ଛାଡିଥିଲେ ।ତାଙ୍କ ପରିବାରଲୋକ ଫୋନକୁ ବାରମ୍ଭାର କଲ କରିଥିଲେ ମଧ୍ୟ କେହି ଉଠାଇନଥିଲେ ।ଡିସେମ୍ବର ୨ତାରିଖରେ ପରିବାରଲୋକ ଶୁଣିବାକୁ ପାଇଥିଲେ ଯେ ସୁନୀଲକୁ ହଥା କରାଯାଇଛି ।ସୁନୀଲର ପରିବାରଲୋକ ଆସି ପୁଅର ମୃତଦେହ ଦେଖିଥିଲେ ।ଶବର ନାକ,କାନ,ହାତରେ କ୍ଷତଚିହ୍ନ ରହିଛି ।ଏସଖାଁଙ୍କୁ ପଚାରିବାପରେ ସେକହିଲେ ଯେ,ସୁନୀଲ ମୋତେ ଘରେ ଛାଡି ଘରଆଗରେ ଗାଡିରଖି କେଉଁଆଡେ ଚାଲିଯାଇଥିଲେ ସେମାନେ ଜାଣିନଥିଲେ ,ପରେ ପରିବାରଲୋକ ଗାଡିମାଲିକଙ୍କୁ ଫୋନ କରିବା ପରେ ସେ ଗାଡି ନେଇଥିଲେ ।ଏହି ଘଟଣାରେ ପୋଲିସ ହତ୍ୟାକାରୀଙ୍କୁ ଗିରଫ ନକରିବା ଦୁଃଖର ବିଷୟ ।ହତ୍ୟାକାରୀକୁ ତୁରନ୍ତ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦେବାକୁ ଆମେ ଦାବୀ କରୁଛୁ ବୋଲି ଫାଉଣ୍ଡେସନ ର ସମ୍ପାଦକ ପ୍ରଫୁଲକୁମାରଜେନା କହିଛନ୍ତି ।

Comments (0)
Add Comment