ହେଲା ସ୍ୱାସ୍ଥ୍ୟ ପରୀକ୍ଷା,ବଣ୍ଟାଗଲା ମାଗଣା ଔଷଧ

ସାକ୍ଷୀଗୋପାଳ,୧୨/୯(ଏସ ଏସ ନିୟୁଜ )ବାଲିଗାଁ ଠାରେ ଥିବା ଭକ୍ତ ଦାସିଆ ପୀଠ ରେ ରୋଟାରୀ କ୍ଲବ ଅଫ ଭୂବନେଶ୍ୱର ନର୍ଥ ଆନୁକୂଲ୍ୟରେ ଦିନିକିଆ ମାଗଣା ହୋମିଓପାଥିକ ଦାତବ୍ୟ ଚିକିତ୍ସାଳୟ ଶନିବାର ଦିନ କରାଯାଇଥିଲା ।କ୍ଲବର ବରିଷ୍ଠ ସଦସ୍ୟ ରୋଟାରିୟାନ ଡକ୍ଟର ମନୋରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖୋଲାଯାଇଥିବା ଏହି ଚିକିତ୍ସାଳୟକୁ ପାଖ ଗ୍ରାମ ରୁ ୬୭ଜଣ ବିଭିନ୍ନ ପ୍ରକାର ରୋଗୀ ଆସିଥିଲେ । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହାସହ ୧୦୦ଜଣଙ୍କୁ ବର୍ତ୍ତମାନ କରୋନା ମହାମାରୀ ର ପ୍ରତିଷେଧକ ଔଷଧ ((Ars.Alb)ବଣ୍ଟନ କରାଯାଇଥିଲା । ଭାରତୀୟ ରେଡକ୍ରସର ସଦସ୍ୟ ତଥା ଦାସିଆ ପୀଠ ର ଆଜୀବନ ସଦସ୍ୟ ଓ ସମାଜସେବୀ ଶ୍ରୀ ଜୟ ପ୍ରକାଶ ମିଶ୍ର, ସମାଜସେବୀ ଶ୍ରୀ ସୁନାରାମ ସିଂ, ଶ୍ରୀ ରାଜୀବ ଲୋଚନ ପ୍ରତିହାରୀ , ଶ୍ରୀ ଚିତ୍ତରଞ୍ଜନ ମହାରଣା ଓ ସ୍ଥାନୀୟ ବାସିନ୍ଦା ଶ୍ରୀ କୃଷ୍ଣଚନ୍ଦ୍ର ଲେଙ୍କା ସହଯୋଗ କରିଥିଲେ ।

Comments (0)
Add Comment