ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୨୫/୦୬/୨୦୨୦(ଗୁରୁବାର)
୧-ଆଜିଠାରୁ ପୁରୀରେ ବାହାରିବ ଭକ୍ତଙ୍କ ପାଇଁ ମହାପ୍ରସାଦ । କୋଭିଡ କଟକଣାକୁ ଦୃଷ୍ଟି ରେ ରଖି ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା ।
୨-ଆୟକର ରିଟର୍ଣ୍ଣ ସମୟ ସୀମା ବଢ଼ାଇଲେ କେନ୍ଦ୍ର ସରକାର, ୨୦୧୮-୧୯ ବର୍ଷ ପାଇଁ ଜୁଲାଇ ୩୧କୁ ସମୟ ସୀମା ବଢ଼ିଲା, ୨୦୧୯-୨୦ ବର୍ଷ ପାଇଁ ନଭେମ୍ବର ୩୦କୁ ବଢ଼ିଲା ସମୟ ସୀମା ।
୩-ରାଜ୍ୟରେ ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ଗଞ୍ଜାମରୁ ସର୍ବାଧିକ ୪୯, ଖୋର୍ଦ୍ଧାରୁ ୧୯ ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ପହଞ୍ଚିଲା ୪୧୨୩ ।
୪-କଟକ: ଆତଙ୍କବାଦୀ ଲିଙ୍କ୍ ଅଭିଯୁକ୍ତ ଅବଦୁର ରେହମାନ୍‌କୁ ପାରୋଲ୍ ।
୫-ପୁଲିସ୍ ହେପାଜତରେ ନାବାଳିକାଙ୍କ ଗର୍ଭପାତ ଅଭିଯୋଗ ମାମଲା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ।
୬-ଭୁବନେଶ୍ୱର: ଡୁମୁଡୁମା ସୁବାସ ନଗର ବସ୍ତିରେ ଉତ୍ତେଜନା, କଣ୍ଟେନମେଣ୍ଟରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ନିଆଯାଉଥିବା ଅଭିଯୋଗ ।
୭-ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ହେବ କୋଭିଡ୍ ଟେଷ୍ଟ, ଏହାସହ ଅଢେଇ ହଜାର ସେବାୟତଙ୍କର ହେବ ୨ ଥର କୋଭିଡ୍ ଟେଷ୍ଟ: ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ।
୮-ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି ।
୯-ବଢୁଥିବା କରୋନା ସଂକ୍ରମଣ ପ୍ରାର୍ଦୁଭାବ ଉପରେ ରୋକ୍ ଲଗାଇବା ଲାଗି ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ  ଲକ୍‌ଡାଉନ୍ ବଢାଇବାକୁ ନିଷ୍ପତ୍ତି ।
୧୦-ସୁପ୍ରିମକୋର୍ଟରେ କଂଗ୍ରେସ-କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ରାଜିନାମା ମାମଲା, ସିବିଆଇ ତଦନ୍ତ ଦାବି ।
୧୧-ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ନେଇ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେ ଆଜି ପୂର୍ବ ଲଦାଖ୍ର ବିଭିନ୍ନ ଆଗୁଆ ଘାଟି ଅଞ୍ଚଳ ଗସ୍ତ କରିଛନ୍ତି ।

Comments (0)
Add Comment