ଜଳିଗଲା ପ୍ଲାଷ୍ଟିକ ଦୋକାନ

ଭୁବନେଶ୍ବର :୩୦/୧୧-  କଟକର ମଙ୍ଗଳାବାଗ ସ୍ଥିତ ଏକ ପ୍ଲାଷ୍ଟିକ ଦୋକାନରେ ଶନିବାର ଦିନ ଭୟାବହ  ଅଗ୍ନିକାଣ୍ଡ ହୋଇଛି।ନିଆଁରେ ଲକ୍ଷାଧିକ ଜିନିଷ ପୋଡି ପାଉଁସ ହୋଇଥିବା ଜଣାପଡିଛି ।ଏହି ନିଆଁ  କେମିତି ଲାଗିଲା  ଜଣାପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ତେବେ ଏହି ନିଆଁ ପ୍ରଥମ କୋଠାରେ ଥିବା ପ୍ଲାଷ୍ଟିକ ଦୋକାନରେ ଲାଗିବା ପରେ ଆଖି ପିଛୁଳାକେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା।ଏହି କୋଠାରେ ଆନ୍ଧ୍ର ବ୍ୟାଙ୍କ ଶାଖା ଥିବା ବେଳେ ନିଆଁ ଉକ୍ତ ବ୍ୟାଙ୍କକୁ ବ୍ୟାପିନଥିବା କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।  କ୍ଷୟକ୍ଷତି ବିଷୟରେ ସମ୍ପୁର୍ଣ୍ଣ ସୁଚନା ମିଳିପାରି ନାହିଁ ।

 

Comments (0)
Add Comment