ଜଟଣୀ ରେ ପସିଲା ପାଣି , ଭୟବିତ ଲୋକେ

ଜଟଣୀ:୨୯/୮(ଏସଏସଏନ୍) ଲଗାଣ ବର୍ଷା ରେ ବେହାଲ୍ ହୋଇଛି ଜଟଣୀ ର କିଛି ତଳିଆ ଅଞ୍ଚଳ । ଦୟାନଦୀ ବନ୍ୟା ଜଳରେ ଜଟଣୀ ପିପିଲି ମୁଖ୍ୟରାସ୍ତା ବନ୍ୟା ଜଳ ପ୍ରବାହିତ ହେଉଥିବା କାରଣ ରୁ ଏହି ରାସ୍ତା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଛି ।

ରାସ୍ତାରେ ପାଣି ଚାଲୁଥିବା ବେଳେ ଗାଁ ଭିତରକୁ ବନ୍ୟାପାଣି ପସିବା କୁ ନେଇ ଏବେ ଭୟବିତ ଅବସ୍ଥାରେ ଲୋକେ । ତେବେ ଖବର ପାଇ ସ୍ଥାନୀୟ ଅଞ୍ଚଳ ର ବ୍ଲକ ଅଧକ୍ଷୀୟ ପହଞ୍ଚି ଲୋକଙ୍କ ଅସୁବିଧା ବିଷୟରେ ଜାଣିବା ସହିତ କିଛି ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ।

ଏହି ବନ୍ୟାରେ ପ୍ରାୟ ପାଞ୍ଚ ଗୋଟି ଗାଁ ପ୍ରଭାବିତ ହୋଇଛି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର କଣ୍ଟି, ବସନ୍ତ ପୂର୍, ନିମାବସନ୍ତ୍,ଗୋଲ ପଡା ଆଦି ଅଞ୍ଚଳ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଲୋକମାନଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଥିବା ସୁଚନା ମିଳିଛି । (ଜଟଣୀରୁ ମାନସକୁମାର ପ୍ରଧାନଙ୍କ ରିପୋର୍ଟ )

Comments (0)
Add Comment