ଜାତୀୟ ଗାନ୍ଧୀ ଉତ୍ସବର ପ୍ରଥମପ୍ରସ୍ତୁତି ବୈଠକ

ଡେଲାଙ୍ଗ,୧୬/୧ (ଏସ୍‌ଏସ୍‌ନିୟୁଜ) ପ୍ରତି ବର୍ଷଭଳି ଚଳିତ ବର୍ଷ ମଧ୍ୟ ମୁନିନ୍ଦା ପଂଚାୟତର କବିପ୍ରସନ୍ନ ପାଟ୍ଟସାହାଣୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଜାତୀୟ ଗାନ୍ଧୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।ଏନେଇ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ସମ୍ପାଦକ ଶଶାଙ୍କ ଚୁଡାମଣୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ମାସର ୩୦ଓ୩୧ ତାରିଖ ଦୁଇ ଦିନଧରୀ ଏହି କାର୍ଯ୍ୟକ୍ରକ କରାଯିବା ପାଇଁ ନିଷ୍ପତି ହୋଇଥିଲା ।ଏହା ସହିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ପଟୋଚିତ୍ର ପଦର୍ଶନ କରାଯିବ ।ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ,ବରିଷ୍ଠ କ୍ରୀଡା ଶିକ୍ଷକ ବଟକୃଷ୍ଣ ଜେନା,ଶିକ୍ଷାବିତ ଜଟାଧାରୀ ପରିଡା,ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା,ପ୍ରବୀର ମହାପାତ୍ର,ବଜୟନ୍ତିମାଳା ହରିଚନ୍ଦନ,ରମେଶଚନ୍ଦ୍ର ପରିଡା,ପୁରାତନ ଛାତ୍ରସଂସଦ ସମ୍ପାଦକ ତ୍ରୀନାଥ ପରିଡାଙ୍କ ସମେତ ବିଦ୍ୟାଳୟର ଓ ପୁରାତନ ଛାତ୍ର ସଂସଦର ସଦସ୍ୟ ମାନେ ଯୋଗଦେଥିଲେ ।ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ନିଜର ମତରଖିଥିଲେ ।

Comments (0)
Add Comment