ଯାତ୍ରୀବାହୀ ବସ୍‌ ମାଲିକଙ୍କୁ ୫ଲକ୍ଷ ଫାଇନ୍

ଭୁବନେଶ୍ବର,୧୪/୧୦(ଏସ ଏସ ନିୟୁଜ ) ଏକ ଯାତ୍ରୀବାହୀ ବସ୍‌ର ମାଲିକଙ୍କୁ ୫,୬୬,୯୮୧ ଟଙ୍କା ଫାଇନ୍ କରାଯାଇଛି। ୨୦୧୯ ମେ’ରୁ ଏଯାଏ  ଟ୍ୟାକ୍ସ ଦିଆଯାଇ ନଥିବାରୁ RTO-୨ ଭୁବନେଶ୍ୱର ପକ୍ଷରୁ ଏପରି ଜରିମାନା କରାଯାଇଥିବାର  ସୂଚନା ମିଳିଛି । OD10 F0409 ନମ୍ବର ବସ୍‌ଟି  କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା। ବସ୍‌ଟିର ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି।

 

Comments (0)
Add Comment