ଝୁନୁବାଳାଙ୍କ ବଦାନ୍ୟତା

ବାରଙ୍ଗ:୧୬/୪(ଏସଏସଏନ୍) କରୋନା କୁ ମୁକାବିଲା କରିବା ପାଇଁ ସମସ୍ତେ ଆଜି ଏକାଠି ହୋଇଛନ୍ତି । ସେ ରାଜନେତା/ନେତ୍ରି ହୁଅନ୍ତୁ  ବା ସାଧାରଣ ଜନତା । ସମସ୍ତେ ଆଜି ଆଗେଇ ଆସିଛନ୍ତି । କିଏ ଲୋକଙ୍କୁ ସଚେତନ କରୁଛନ୍ତି ତ ଆଉ କିଏ ପେଟକୁ ଦାନା ଯୋଗାଉଛନ୍ତି । ଏଭଳି ସ୍ଥିତିରେ ଉତ୍ତରନିର୍ବାଚନ ମଣ୍ଡଳିରେ ପ୍ରଶଂସାର ପାତ୍ର ସାଜିଛନ୍ତି ରାଜନେତ୍ରୀ ଝୁନୁବାଳା ରାଉତ । କଥାରେ ଅଛି ନାରୀ ଦୁର୍ବଳା ନୁହେଁ ସର୍ବଳା । ସେମିତି ଝୁନା ଜଣେ ନାରୀ ହେଲେ ମଧ୍ୟ କରୋନା କୁ ମୁକାବିଲା ପାଇଁ ଅଣ୍ଟାଭିଡିଛନ୍ତି । ନିଜ ଘର ପରିବାରର କଥା ବୁଝିବା ସହିତ ବଳକା ସମୟରେ ନିଜ ଅଞ୍ଚଳରେ ଘରଘର ବୁଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ କିଭଳି ଅନୁପାଳନ କରିବା ସେ ନେଇ ଅପିଲ କରିଛନ୍ତି । ଶୁଖିଲା ଖାଦ୍ୟ , ସାବୁନ୍ , ମାସ୍କ୍ ଲୋକମାନଙ୍କୁ ଦେବାସହିତ ଗାଁଗାଁ ବୁଲି ଭୋକିଲା ପେଟକୁ ଖାଇବାକୁ ଦେଇଛନ୍ତି । ଖାଲି ସେତିତି ନୁହଁ , ବୁଲା ଗାଇ ଗୋରୁ ,କୁକୁର ମାଙ୍କଡ ମାନଙ୍କୁ ଖାଇବାକୁ ମଧ୍ୟ ଦିଅନ୍ତି  । ଯେଉଁଠି ବି ସେ ଅସହାୟ ବ୍ୟକ୍ତିଙ୍କୁ ଦେଖନ୍ତି ସେଇଠି ଆଗପଛ ନ ଭାବି ସାହାର୍ଯ୍ୟର ହାତ ବଢାଇ ଦେଇଥାନ୍ତି । ନିଜର ସାମର୍ଥ୍ୟ ଠାରୁ ଢେରଗୁଣା ଅଧିକ କରିଥାନ୍ତି । ବେଳେବେଳେ ପର କୁ ଉପକାର କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ହେଲେ କେବେ ବି ସେ ପଛଘୁଞ୍ଚା ଦେଇନାହାନ୍ତି ।ଯାହାର ଜ୍ବଳନ୍ତ ଉଦାହରଣ ଗୁରୁବାର ଦିନ ଦେଖିବାକୁ ମିଳିଛି ।ମହାମାରୀ କରୋନା ପାଇଁ ବହୁ ବଦାନ୍ୟ  ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଅର୍ଥରାଶି ସହାୟତା କରୁଛନ୍ତି ।

ଏହି ପରିପ୍ରେକ୍ଷିରେ ରଘୁନାଥପୁର ଗ୍ରାମ ପଞ୍ଚାୟତରେ ମିଶନଶକ୍ତିରେ ଥିବା ୩୫ ଟି ସଂୟସହାୟକ  ଗୋଷ୍ଠିର ମହିଳାମାନଙ୍କ ଠାରୁ ପଞ୍ଚାୟତ ର ସିମିତ୍ ସଭ୍ୟ ତଥା ନାରୀଜାଗରଣ ମଞ୍ଚ ର ସଭାନେତ୍ରି ଝୁନୁବାଳା ଘରଘର ବୁଲି  ୪୦ ହଜାର ୫୦୦ ଟଙ୍କା ଆଦାୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଭଳି ଘଢିସନ୍ଧି ମୁର୍ହୁତରେ ନେତ୍ରି ନୁହଁ ଜଣେ ଜନପତିନିଧିର ପରିଚୟ ଦେଇଛନ୍ତି ଝୁନୁବାଳା । ଯାହାକୁ ପ୍ରଶଂସା କରିଛନ୍ତି ସମସ୍ତେ ।

Comments (0)
Add Comment