ଜୀବନ ମୃତ୍ୟୁ ସଂଗ୍ରାମ ରେ ହାରିଗଲା କୁଲୁ

ନନ୍ଦନକାନନ:୨୩/୬(ଏସଏସଏନ୍) ଦୀର୍ଘ ଏକ ମାସ ଧରି ଜୀବନ ମୃତ୍ୟୁ ସଂଗ୍ରାମ ସହ ଲଢି ଶେଷରେ ହାରିଯାଇଛି କୁଲୁ । ଆମେ ସେହି କୁଲୁ କଥା କହୁଛୁ । ଯିଏ ୨୫ ବର୍ଷ ଧରି ନନ୍ଦନକାନନ ପ୍ରାଣୀଉଦ୍ୟାନର ହିମାଳୟ ଭାଲୁ ଖୁଆଡ ରେ ରହି ପର୍ଯ୍ୟଟକଙ୍କ ମନ ମୋହୁଥିଲା ।ସେ ଆଉ ନାହିଁ ।  ଆଜି ଅପରାହ୍ନରେ ତାର ମୃତ୍ୟୁ ହୋଇଛି । କୁଲୁ ର ମୃତ୍ୟୁ ଖବର ଶୁଣିବା ପରେ କର୍ମଚାରୀ ଠୁ ଆରମ୍ଭ କରି ପଶୁପ୍ରେମିକ ମହଲରେ ଦୁଖଃର ଛାୟା ଖେଳିଯାଇଛି । କୁଲୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସେ ଟିବି ରୋଗରେ ୧ମାସ ଧରି ଆକ୍ରାନ୍ତ ଥିଲା । ନନ୍ଦନକାନନ ପଶୁଚିକିତ୍ସକ ଠୁ ଆରମ୍ଭ କରି ବିଶେଷଜ୍ଞ କୁଲୁ ର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ବଞ୍ଚାଇ ପାରିନଥିଲେ ଶେଷରେ ଆଖିବୁଜିଥିଲା କୁଲୁ । ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

Comments (0)
Add Comment