ଜୋ ବାଇଡେନ୍ ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି

ୱାଶିଂଟନ୍: ୭/୧୧(ଏସଏସଏନ୍) ହାରିଗଲେ ଡୋନାଲ୍ଡ ଟ୍ରମ୍ପ । ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ। ବାଇଡେନ୍‌ଙ୍କ ୨୮୪ଟି ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪। ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ହେବେ ଉପରାଷ୍ଟ୍ରପତି । ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ ସୂତ୍ରରୁ ସୂଚନା ଦିଆଯାଇଛି।

ତେବେ ଭୋଟିଂର ୩ ଦିନ ପରେ ବି ଫଳାଫଳ ନେଇ ସ୍ପଷ୍ଟ ଚିତ୍ର ଆସିନଥିଲା। ପୋଷ୍ଟାଲ ବାଲାଟ ଓ ଇ-ମେଲ୍ ଭୋଟ୍ ଗଣତିରେ ବିଳମ୍ବ ଯୋଗୁ ଫଳାଫଳ ସ୍ପଷ୍ଟ ହୋଇପାରୁନଥିଲା। ଜର୍ଜିଆ, ନେଭାଡ଼ା, ଓ ପେନ୍ସିଲଭାନିଆରେ ଆଜି ବି ଭୋଟ ଗଣତି ଚାଲିଥିଲା।

ଏହି ୩ଟି ରାଜ୍ୟରୁ ଯେକୌଣସି ଗୋଟିଏ ରାଜ୍ୟ ଦଖଲ କଲେ ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ନିଶ୍ଚିତ ଥିଲା। ପେନ୍ସିଲଭାନିଆ ବିଜୟ ପରେ ମ୍ୟାଜିକ୍ ନମ୍ବର ଟପିଥିଲେ ବାଇଡେନ୍।

Comments (0)
Add Comment