ମେଣ୍ଢାଶାଳ,୧୭।୩ (ଏସଏସନିଉଜ) ମୋ ବସରେ ଆସୁଥିବା ତିନିଜଣ ଯୁବତୀଙ୍କୁ ବସ କଣ୍ଡକ୍ଟର ଓ ଜଣେ ଯୁବକ କମେଣ୍ଟ ମାରିବାକୁ ନେଇ ମେଣ୍ଢାଶାଳ ରେ ଉତେଜନା ଦେଖାଦେଇଥିଲା।ପରେ ପୋଲିସର ହସ୍ତକ୍ଷେପ ପରେ ଘଟଣା ର ସମାଧାନ ପରେ ବସଟି ଯାତ୍ରା ଆରମ୍ଭ କରିଥିଲା।
ପ୍ରକାଶ ଯେ, ଶନିବାର ରାତି ୧୦ ସମୟରେ ୩୦ ନମ୍ବର ମୋ ବସ ଛତାବର ରୁ ମେଣ୍ଢାଶାଳ ଅଭିମୁଖେ ଆସୁଥିଲା । ସେହି ଗାଡ଼ିରେ ମେଣ୍ଢାଶାଳ ଗ୍ରାମର ୩ଜଣ ଯୁବତୀ ଆସୁଥିବା ବେଳେ ଗାଡ଼ି ଭିତରେ ଜଣେ ଯୁବକ ଓ ବସ୍ କଣ୍ଡକ୍ଟର ଯୁବତୀମାନଙ୍କୁ କମେଣ୍ଟ ମାରିଥିଲେ। ଯୁବତୀମାନେ ଏହି ଘଟଣା ବିଷୟରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ବସଟି ମେଣ୍ଢାଶାଳ ଛକରେ ପହଞ୍ଚିବା ବେଳେ ଯୁବତୀମାନଙ୍କ ପରିବାର ସହ ସ୍ଥାନୀୟ ଲୋକ ମୋ ବସକୁ ଅଟକାଇଥିଲେ । କିଛି ସମୟ ପାଇଁ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ମେଣ୍ଢାଶାଳ ଫାଣ୍ଡି ପୋଲିସ ପହଞ୍ଚି ଗାଡ଼ି ଚାଳକ,କଣ୍ଡଟର ଏବଂ ଯୁବକକୁ ଡାକି ଆପୋଷ ବୁଝାମଣା କରିବା ଓ ଭୁଲ ସ୍ୱୀକାର କରିବା ପରେ ଉତ୍ତେଜନା ଥମିଥିଲା।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)