ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ୧୨ରେ

ଭୁବନେଶ୍ୱର ,୧୦/୮(ଏସ ଏସ ନିୟୁଜ ) ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖ ଅପରାହ୍ନ ସାଢ଼େ ୧୨ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ୨ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଫଳ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୧୪ରୁ ୨୪ ପର୍ଯ୍ୟନ୍ତ ଓପନ ଲର୍ଣ୍ଣିଂ ସ୍କୁଲର ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୪ରୁ ୨୨ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ଦାଶ କହିଛନ୍ତି।

Comments (0)
Add Comment