କବାଡିଆଦୋକାନରେ ଟ୍ରକ ଜଳିଗଲା

ବାରଙ୍ଗ,୨/୨ (ଏସଏସନିୟୁଜ) ରବିବାର ର।ତିରେ ବାରଙ୍ଗଥାନା ଅର୍ନ୍ତଗତ ନରଣପୁର ପାଖରେ ଥିବା ଏକ କବାଡିଆଦୋକାନରେ ଥୁଆ ହୋଇଥିବା ପୁରୁଣା ଟ୍ରକରେ ନିଆଁଲାଗି ପୋଡିଯାଇଛି ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ରବିବାରରାତିରେ କବାଡିଆଦୋକାନର କିଛି କର୍ମଚାରୀ ଗ୍ୟାସକଟର ସାହାର୍ଯ୍ୟରେ ଟ୍ରକଟିକୁ କାଟୁଥିଲେ ।କାମସାରି ଯାଇଥିବାବେଳେ ଗାଡିଭିତରେ ରହିଯାଇଥିବା ନିଆଁରୁ ଏଭଳି ହୋଇଥିବାର ଅନୁମାନ କରାଯାଉଛି ।ଖବରପାଇ ବାରଙ୍ଗରୁ ଏକ ଦମକଳ ଆସି ନିଆଁକୁ ଆୟତ କରିଥିଲେ ।

Comments (0)
Add Comment